ସ୍ୱର୍ଗଦପି ଗରୀୟସୀ
ସ୍ୱର୍ଗଦପି ଗରୀୟସୀ
ସେଇ ଦୂର ଦିଗବଳୟର ଦିଗନ୍ତରୁ
ସେଇ ସବୁଜଶ୍ୟାମଳ ଶସ୍ୟ ସମ୍ଭାରରୁ
ସୁରମ୍ୟ ସୁନ୍ଦରୀ
ଜନନୀ ମୋହରି
ନିଗାଡ଼ି ଦିଏ ସୁଧା ବକ୍ଷ ଭିତରୁ
ଛାତିରେ ପାଦକୁ ଧରି ଶିଖେଇଲା ଚାଲି
ତା ଦାଣ୍ଡଧୂଳିରେ ମୁ କେତେଯେ ଖେଳିଲି
ସାହା ମୋର ଏକା
ସେ ଦେଶ ମାତୃକା
ପାରିବିନି କେବେ ତାକୁ ମୁ ଭୁଲି