ସ୍ୱର୍ଗାରୋହଣ
ସ୍ୱର୍ଗାରୋହଣ
ଏ ଜନ୍ମରୁ ସେ ଜନ୍ମ
ଏ ବନୁ ସେ ଉପବନ
ଲାବଣ୍ୟ ରୂପର ରୂପାନ୍ତରଣ
ଜନମ ଆଉ ମରଣ
ସତରେ କେତେ ଅସହାୟପଣ
ତଥାପି ମୁକୁଳିଛି ବା
କିଏ ଏହାଠାରୁ
ବସନ୍ତ ହିଲ୍ଲୋଳ ଯହିଁ
ଚିର ବିରାଜିତ
ସୁଗନ୍ଧର ମଧୁଛନ୍ଦେ
ସଦା ନୃତ୍ୟରତ
ମଳୟ ଶୀତଳ ସ୍ପର୍ଶେ
ତନୁମନ ହୁଏ ଶିହରିତ
ମିଳନର ମଧୁବେଳା
କୋଇଲି କୁହୁରେ
ହୁଏ ବିଭୋରିତ
କିନ୍ତୁ ଇଛ୍ଛା ହୁଏ ବେଳେବେଳେ
ତୁଟେଇ ଦେଇ
ମୋହ ମାୟା ବନ୍ଧନ
ସବୁ ଦିନ ପାଇଁ
ହେବାକୁ ସମାଧିସ୍ଥ
ଯେବେ ମନେ ପଡେ
ତୋ ନିରୀହ ହସର ଆକର୍ଷଣ
କୋମଳ ଦଳର ଅଦ୍ଭୁତ ଆମନ୍ତ୍ରଣ
ଅଟକେଇ ପାରେନା ନିଜକୁ
ନେଉ ଥାଏ ଜନ୍ମ ପରେ ଜନ୍ମ
ନିଃଶବ୍ଦ ରେ ତୋ ମହାକର୍ଷଣରେ
ଚାରିପଟେ କରୁଥାଏ ପ୍ରଦକ୍ଷିଣ
ତୋ ସାନ୍ନିଧ୍ଯ ରେ ତୋ ଓଠୁ
ପ୍ରେମ ମଧୁ ଲୋଟି
ପରିତୃପ୍ତ ହୋଇ ପ୍ରତିଥର
ମୁଁ ମୋକ୍ଷ ପାଇଁ କରୁଥାଏ
ସ୍ୱର୍ଗାରୋହଣ ସ୍ୱର୍ଗାରୋହଣ ॥
