STORYMIRROR

Chittaranjan Nanda

Abstract Action

4  

Chittaranjan Nanda

Abstract Action

ସ୍ୱର ଶୁଭେ ଅହରହ, ଶୁଣିବାର ସ୍ପର୍ଶ

ସ୍ୱର ଶୁଭେ ଅହରହ, ଶୁଣିବାର ସ୍ପର୍ଶ

1 min
355


ବହି ଚାଲିଛି କେତେ,

ଶୀତଳ ଭରା ଝର ଝର ଝରଣା,

ହୋଇ ଚଞ୍ଚଳ ମନା,

କି ଅପରୂପା ଢଙ୍ଗେ,

କେତେ ପଶୁ ଗଣ,

ଗୁଞ୍ଜରନ୍ତି ଦେଇ,

କଳରବ ଧ୍ୱନି,

କମ୍ପମାନ ହୁଅଇ ଗଗନ |


ସେଇ ମିଛ ମାୟା,

ସଂସାରରୂପୀ ମହା ସମୁଦ୍ରରେ,

କେତେ ସବୁ ଗୁଣ ନେଇ,

ମଣିଷ ଅଛନ୍ତି,

ଭଲ, ମନ୍ଦ, 

ସବୁ ତ ଗୁଣ ନେଇ ଅଛନ୍ତିରେ |


ଦେଖିଛ କି ପଶୁଙ୍କ ଭିତରେ,

ଯାହା ଚାଲେ ଏବେ ରାଜନୀତିରେ,

ନଜାଣି କୌଣସି କଥାକୁ,

ହୃଦୟଂଗମ ନକରି ଭାଷଣକୁ,

ଜୀବନ କଟାଉଛନ୍ତି, 

ଜୟଧ୍ବନୀ କରୁଛନ୍ତି,

ଦଳର ନେତା ଯେତେ ଯାହା

ଅନ୍ୟାୟ କଲେ ବି,

ସମାଜର ସ୍ବାର୍ଥକୁ

ଦଳି ଚକଟି ବାହୁବଳୀ ବୋଲାଉଥିଲେ ବି,

ନୀତି ଓ ଆଦର୍ଶ ନାଆଁରେ,

ଯାହା ତାହା କରୁଥିଲେ ବି |


ଅବଶ୍ୟ ମଣିଷଙ୍କୁ,

ପରଖିବା ନୂହଁ ସହଜ ବ୍ୟାପାର,

କିନ୍ତୁ ଶୁଣିବାର ସ୍ପର୍ଶ ଅନନ୍ୟ,

କିଛି ଶବ୍ଦହୀନ କଥାକୁ,

ଛୁଇଁବାର ପୁଲକ ଅନନ୍ୟ,

ନିଃଶବ୍ଦ ସ୍ୱରଟିଏ,

ଆତ୍ମାକୁ ଭିଜାଇ ଦିଏ,

ସେ ଅନୁରକ୍ତି ମଧ୍ୟ ଅନନ୍ୟଟିଏ,

ସେଥିପାଇଁ କଅଣ ?

ଏ ମଣିଷ ଜାତି,

ଜାଣି ପାରନ୍ତନି,

କିଏ ଭଲ 

ଆଉ କିଏ ମନ୍ଦ ସ୍ୱଭାବର |


ଅଛନ୍ତି ଏହି ସମାଜରେ,

ଭଲ ବୋଲି ଉପାଧି ନିଅନ୍ତି,

ଭଲ ସ୍ଵଭାଵ ଉପରକୁ ଦେଖାନ୍ତି, 

ପ୍ରଶାସନ, ପୋଲିସ, ଓ ଜନସାଧାରଣଙ୍କୁ,

ଵୋଲକରା କରି ରଖିବାର୍ଥେ,

ଟଙ୍କା ବାଣ୍ଟିଥାନ୍ତି ସମସ୍ତଙ୍କୁ,

କାରଣ ଆଦର୍ଶ ବିହୀନ ଦଳୀୟ ନେତାଙ୍କୁ,

ସୁରକ୍ଷା କିପରି ମିଳିବ,

"ଆଇନ ତାହାର ନିଜ ବାଟେ ଯିବ",

କହି ବୁଲୁଥିବ |


ଅନୀତି ଦୁର୍ନୀତି, 

ନାରୀ ଧର୍ଷଣ କରୁଥିବେ,

ଖଣି, ଵନ ଆଉ ଦେଶର ଜମିକୁ,

ଅକ୍ତିଆର କରି, 

ନିଜର ବୋଲାଉ ଥିବେ,

ଲୋକ ଲୋଚନରେ,

ଧରା ପଡିଗଲେ,

ତଦନ୍ତ ପରେ ଦୋଷୀଙ୍କୁ ଦଣ୍ଡ ଦିଆହେବ,

କହୁଥିବେ |


ଭରି ରହିଥାଏ,

ଅହଂକାର ଆଉ ଗର୍ବ,

ନିଜ ସ୍ୱାର୍ଥ ପାଇଁ,

ଅନ୍ୟକୁ ଅସୁବିଧାରେ ପକାଇବ,

ହୋଇ ଥାଆନ୍ତି ଅନେକ ଦୁର୍ଗୁଣର ଅଧିକାରୀ,

ସେମାନଙ୍କୁ କିନ୍ତୁ ଚିହ୍ନିବା ସହଜ ନହୁଏ କିପରି?

ଶୁଣି ଜାଣି, ନଶୁଣିବାର ଛଳନା ବି ଅନନ୍ୟ,

ଆଜି ଶୁଣି ଜାଣି କିଛି ବରଷ ପରେ ଭୁଲିଯିବା ବି ଅନନ୍ୟ,

ଏହା କଅଣ ଦଳୀୟ ପ୍ରେମ -

କାହିଁକି ଆସୁନି ଆକୁଳ ଦହନ?

ସେ ଅନୁଭବ ମୋ ଜୀବନରେ

ଆଜି ଲାଗଇ ଅନନ୍ୟ,

ତେଣୁ କବିତାରେ ହୁଏ ଗୁଞ୍ଜରିତ |


ନିତି ନିତି ଦେଶପ୍ରେମୀର ଆତ୍ମାରେ,

ଏହି ସ୍ୱର ଶୁଭେ ଅହରହ,

ଛୁଉଁଛି ହୃଦୟକୁ ଚିରନ୍ତନ,

ଆଲୋଡିତ କରୁଛି ପ୍ରତିଟି ମୁହୂର୍ତ୍ତ,

ଜୀଇଁ ରହିଥାଏ ଚିରକାଳ,

ଆଶା ମଣିଷ ଚିହ୍ନିବ କେବେ ?



Rate this content
Log in

Similar oriya poem from Abstract