STORYMIRROR

Prashanta Padhan

Romance

3  

Prashanta Padhan

Romance

ସ୍ୱପ୍ନର ନାୟିକା

ସ୍ୱପ୍ନର ନାୟିକା

1 min
687



ମୃଗ ପାଇଗଲା ତା ଦେହେ କସ୍ତୁରୀ

ତୁଟିଗଲା ତାର ଭ୍ରମ

ଲାଜ ଭୁଲିଗଲା ଲାଜକୁଳୀ ଲତା

ଜହ୍ନରେ ଲାଗିଲା ଗ୍ରହଣ ।।

ମଙ୍ଗଳ ଗ୍ରହରେ ବରଷିଲା ମେଘ

କନ୍ଦର୍ପ ଭୁଲିଲା ରତିକି

ତୁମ ସୌନ୍ଦର୍ଯ୍ୟରେ ସବୁତ ସମ୍ଭବ

ଆକାଶ ବି ଛୁଏଁ ମାଟିକି ।।

ଇନ୍ଦ୍ରଧନୁ ପୁଣି ହୁଏତ ବେରଙ୍ଗୀ

ସପ୍ତରଙ୍ଗ ପଡେ ଫିକା

ତୁମରି ପାଦରେ ଅଳତା ହେବାକୁ

ଆକାଶକୁ ଦିଏ ଧୋକା ।।

ଜହ୍ନ ଯେ ହରାଏ ରୂପା ରଙ୍ଗ ତାର

ହୋଇଯାଏ ରଂଗହୀନ

ବାଦଲ କୋଳରେ ଢାଙ୍କି ହୋଇଯାଏ

ଦେଖି ତୁମ ଯଉବନ ।।

ରୂପସୀ ତୁମେ ଗୋ ସ୍ୱର୍ଗର ଅପ୍ସରୀ

ତୁଳନା ନାହିଁ ତୁମର

ତୁମେ ମୋ ପ୍ରେମିକା ସ୍ୱପ୍ନର ନାୟିକା

ସ୍ପନ୍ଦନ ଏ ହୃଦୟର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance