ସ୍ୱପ୍ନ
ସ୍ୱପ୍ନ
ନିସ୍ତବ୍ଧ ରାତ୍ରିର କୋମଳ ଶଯ୍ୟାରେ,
ମଧ୍ୟ ରାତ୍ର ମୁହୂର୍ତ୍ତେ।
ଯେବେ ଯାଏ ମୁଁ ସ୍ଵପ୍ନ ଦେଖେ
ସ୍ମୃତି ଲୁଚକାଳି ଖେଳେ
ସେହି ଲୁଚକାଳି ରେ କେବେ ଦେଖେ
ସୁଖ ତ କେବେ ଦେଖେ ଦୁଃଖ।
ସୁଖ ଦିଏ ଆନନ୍ଦ, ଗଢେ ସ୍ବପ୍ନ ଘର ପୁଣି
କେବେ ସେହି ଦୁଃଖ ଭରା ଅତୀତର ଢ଼େଉ
ଭାଙ୍ଗିଦିଏ ସ୍ବପ୍ନ ର ବାଲିଘର।
