STORYMIRROR

ପ୍ରଶାନ୍ତ କୁମାର ବେହେରା

Romance Fantasy Others

4  

ପ୍ରଶାନ୍ତ କୁମାର ବେହେରା

Romance Fantasy Others

ଫଗୁଣ କଳାପ ....---------------

ଫଗୁଣ କଳାପ ....---------------

1 min
314


ଏଇ ଫଗୁର ରଂଗ

ଦେହରେ ବୋଳିଦିଏ 

ବାସନ୍ତୀ ମହକ

ଏ ଫଗୁର ରଂଗ ଠାରୁ ଗାଢ

ଆମ ପ୍ରେମ ରଂଗ

ଆମ ରୋମାଞ୍ଚ ପୁଲକ l


ସଖି !

ଗାଢ ଅଟେ ମିଳନର ରଂଗ

ଗାଢ ପୁଣି ବିରହ ବେପଥୁ

ପ୍ରେମ ଏକ ହଳଦୀ ବସନ୍ତ

ପ୍ରେମ ଏକ କୁହୁଭରା ଋତୁ l


ଫଗୁଣର ଫଗୁ ପ୍ରେମ ଝୋଟି

ଲକ୍ଷ୍ମୀପାଦ ମନ ଅଗଣାରେ

ଚହଟାଏ ତମ

ଫୁଲ ତନୁର ସୌରଭ l


ପାଗଳ ଭ୍ରମର ମୁଁ

ଚନ୍ଦ୍ରନିଶାଗ୍ରସ୍ତ

ଅବିର ଉତ୍ସବେ ଖୋଜେ

ତମ ରଂଗ ଓଠ

ରଂଗ ତନୁର ବିଭବ ......


Rate this content
Log in

Similar oriya poem from Romance