STORYMIRROR

Prakash Majhi

Romance Fantasy Others

4  

Prakash Majhi

Romance Fantasy Others

ଯନ୍ତ୍ରଣା

ଯନ୍ତ୍ରଣା

1 min
206


ନିତି ଛଟପଟ କେତେ ମୁଁ ହୋଇବି

ତୁମ କଥା ଭାବି ମନେ,

ସରୁନାହିଁ ରାତି ସରୁନି ସପନ 

ନିଆଁ ଲାଗେ ପ୍ରେମବନେ ।


କହିଥିଲ ଦିନେ ହାତେ ଆଣିଦେବ

ସରଗରୁ ତୋଳି ଜହ୍ନ,

ସୁନା ଭାବନା ମୋ ଚୁନାଚୁନା କଲ

ଡହଡହ ଜଳେ ମନ ।


ଆଶା ଯେ କେବେଠୁ ମଉଳି ବସିଛି

ବୟସକୁ ଛୁଏଁ ଢେଉ,

ଅଙ୍ଗ କି କରିବ ରଙ୍ଗର ତୁଳନା 

ବିଶ୍ଵାସ ପାଏନା ଆଉ ।


ଋତୁ ପରି ତୁମେ ଏମିତି ବଦଳି 

କେବେଠୁ ଯାଇଛ ହଜି,

କବାଟ ଫାଙ୍କରେ ନିତି ମୁଁ ଦେଖିଲେ

ପାଉନି ତୁମକୁ ଖୋଜି ।


ଶୁଭୁଛି ରାତିର ଅଜଣା ବେଦନା

କୋହଭରା ଆଖ ପାଖ,

ଅସରାଏ ଆଶା ଦୁଇପଦ କଥା

ସତେକି ଯେମିତି ମୁକ ।


ଅଜଣା ଭିଡ଼ରେ ନିଆଁ ଲାଗିଲାନି

କେମିତି ପାରୁନ ଦେଖି,

ବିରହ ଯନ୍ତ୍ରଣା ଜାଳିଜାଳି ମାରେ

ମୁଦି ଆସିଲାଣି ଆଖି ।


ଫୁଲର ସହରେ ବାସର ଅଭାବ

ସବୁଠି ଏମିତି ଫାଟ,

ଲୁହର ନଈରେ ଅବୁଝା ଅକ୍ଷର

ପାଉନି ଖୋଜିକି ବାଟ ।


ଅଦିନ ମଳୟ ଦୁଇଦିନ କୁଣିଆ

ଗଲାଣି କେବେଠୁ ଫେରି,

ସେମିତି ଚାହିଁଛି ବାଟକୁ ତୁମର

ବୋଧେ ହେଇଗଲା ଡେରି ।।


Rate this content
Log in

Similar oriya poem from Romance