STORYMIRROR

Goutam Mohanty

Fantasy Inspirational

4  

Goutam Mohanty

Fantasy Inspirational

ରଙ୍ଗ ଖେଳ

ରଙ୍ଗ ଖେଳ

1 min
202


ପ୍ରୀତି ପୁଷ୍ପ ମାଳ ହୋଲି ରଙ୍ଗ ଖେଳ

     ଦେହ ମନ କଲା ବଶ

ଦୁଃଖ ସାଗରରେ ସୁଖର ବୋଇତ

    ଦୂରେଇଲା ଅବସୋସ।


ଜୀବନ ନାଟକେ କେତେ ରଙ୍ଗ ମାଖି

    କରି ଅଛି ଅଭିନୟ

ଶେଷ ରଙ୍ଗ ବୋଳି ଅପେକ୍ଷା ମୁଁ କଲି

   ଶେଷ ଦୃଶ୍ୟ ସେ ସମୟ।


 ଯେଉଁ ରଙ୍ଗ ମାଖି କଲେ ଅଭିନୟ

    ଦର୍ଶକ ହୋଇବେ ଖୁସି

 ସେହି ରଙ୍ଗ ସବୁ ବୋଳି ଥିଲେ ମଧ୍ୟ

    ହୋଇଯାଏ ମୁହିଁ ଦୋଷୀ।


ଏକଇ ରଙ୍ଗକୁ ଶେଷରେ ମାଖିଛି

   କରିବିନି ମୂଲ୍ୟାୟନ

ଦେହେ ମିଶି ଯିବ ଅବା ଧୋଇ ଯିବ

   ପାଇବି ନୂଆ ଜୀବନ।


ଜୀବନର ରଙ୍ଗ ଭସା ବାଦଲ ତ

    ଢାଙ୍କି ଦିଏ ମେଘମାଳ

କେବେ ଇନ୍ଦ୍ରଧନୁ ଦେଖେ ଏ ଦୁନିଆ

   ସବୁ ନିୟତିର ଖେଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy