STORYMIRROR

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ମାଟି-ଚନ୍ଦନ

ମାଟି-ଚନ୍ଦନ

1 min
232



ପାଦ ଦୁଇ ଦିଶେ  ପଦ୍ମଫୁଲ ପରି 

    ଆଖି ଦୁଇ ନୀଳ କଇଁ

ମୋ ପ୍ରିୟା ହସରେ ଫୁଟେ ପାରିଜାତ 

    ଚାଲିରେ ମଳୟ ବହି ।

ମନ ଯମୁନାର ତଟ କୁଞ୍ଜ ବନ

   ରୋମାଞ୍ଚେ ଶତ କଦମ୍ବ

ଚଳ ଓ ଚଞ୍ଚଳ ବଂଶୀ ସମ୍ମୋହନ

   ଉଚ୍ଚାଟେ ରାଗ ପଞ୍ଚମ ।

ମୋ ମନ ମୟୂରୀ ନାଚି ଉଠେ ଛନ୍ଦେ

   ଅନୁପମ ଅନୁରାଗେ

ବରଷେ ଅମୃତ ଜୀବନ ଆନନ୍ଦ

   ଇନ୍ଦ୍ରଧନୁ ସପ୍ତରଙ୍ଗେ ।

ମୋ ଆଶା ସପନ ପୁଷ୍ପ କୁସୁମିତ

  ‌ମଧୁମୟ ଉପବନ

ସୁରଭିତ ହୁଏ ସରଗ ସୁଷମା

   ଗୀତ ଅନୁଷ୍ଟୁପ ଛନ୍ଦ ।

ସ୍ୱସ୍ତିକ ସ୍ୱଚ୍ଛନ୍ଦ ପ୍ରିୟା ମୋ ପ୍ରକୃତି

   ପ୍ରେମ ତା ଫଗୁଣ ରଙ୍ଗ

ମହକେ ସୁବାସ ପ୍ରିୟା ସବୁଜିମା

   ବାସନ୍ତୀ ମାଟି ଚନ୍ଦନ ।


    -------



Rate this content
Log in

Similar oriya poem from Romance