STORYMIRROR

Bharatabandhu Biswal

Classics Fantasy Inspirational

4  

Bharatabandhu Biswal

Classics Fantasy Inspirational

ବିଜୟପର୍ବ

ବିଜୟପର୍ବ

1 min
242



ଅହଂକାର ସ୍ୱ।ର୍ଥ ବିତ୍ତ ପ୍ରତିପତ୍ତି 

ପ୍ରିୟା ପୀରତି ପୋଷଣ

 ଅସୁର ପ୍ରବୃତ୍ତି କ୍ଷମତା ପଦବୀ

 ମନୁଷ୍ୟକୁ କରେ ଅନ୍ଧ ।

ସାମ ଦାନ ଦଣ୍ଡ ଅପମାନ ଦମ

ସତ୍ୟ ପଥ କରେ ରୋଧ

ବଢେ ଅତ୍ୟାଚାର ପଡ଼େ ହାହାକାର

ସାଧୁ ଗଣନ୍ତି ପ୍ରମାଦ ।

ହୋଲିକାର କୋଳେ ଶିଶୁ ପ୍ରହଲ୍ଲାଦ

ହୁଏନି ଅଗ୍ନିରେ ଦଗ୍ଧ

ହିରଣ୍ୟକଶିପୁ ଅବା ହିରଣାକ୍ଷ

ଦାନବ ଅନ୍ତ ନିଶ୍ଚିତ ।

ଏ ଭବ ସଂସାର ଘୋର ଦାବାନଳ

ଅମୃତ ଜୀବନ ସତ୍ୟ

ପାରିବନି ଦହି କୁଚେଷ୍ଟା ଦୈ।ରାତ୍ମ୍ୟ

ଶତ ଅସୁର ଅହିତ ।

ସର୍ବଜନ ହିତ କଲ୍ୟାଣ ମହତ

ସର୍ବ ଘଟେ ନାରାୟଣ

ଶାନ୍ତି ମୈତ୍ରୀ ପ୍ରେମ ନୀତି ସମନ୍ୱୟ

ସତ୍ୟ ଜୀବନ ଦର୍ଶନ ।

ଯୁଗେ ଯୁଗେ ହୁଏ ବିଜୟ ସତ୍ୟର

ପାପ ରାଶି ହୁଏ କ୍ଷୟ

ବିଶ୍ୱାସ ରେ ପ୍ରାପ୍ତି ଭଗବାନ ବିଷ୍ଣୁ

ପରୋପକାର ରେ ପୁଣ୍ୟ ।

ଏ ବିଜୟ ପର୍ବ ରଙ୍ଗ ର ଉତ୍ସବ

ମଙ୍ଗଳ ଆନନ୍ଦ ମୟ

ଧର୍ମ ପୁଣ୍ୟର ହେଉ ସଦା ଜୟ

ସତ୍ୟ ର ହେଉ ଜୟ ।


  -


Rate this content
Log in

Similar oriya poem from Classics