STORYMIRROR

Sagar Kumar Parida

Fantasy

4  

Sagar Kumar Parida

Fantasy

ହେ ପ୍ରଭୁ ସଦାଶିବ

ହେ ପ୍ରଭୁ ସଦାଶିବ

1 min
289

ଆହେ ପ୍ରଭୁ ସିଂହନାଥ     ସୋମନାଥ ରାମନାଥ

    କୋଟି ପ୍ରଣିପାତ ଚରଣରେ ତୁମରି

ମହିମା ତୁମ ଅନନ୍ତ      ବର୍ଣ୍ଣିବାକୁ କେ ସମର୍ଥ

     କରୁଣାର ଗଙ୍ଗା ପଡେ ଜଟାରୁ ଝରି

      ହେ କଲ୍ୟାଣ କାରୀ ଠାକୁର

    ଜାଗରରେ ଭକ୍ତବାଞ୍ଛା ପୂରଣ କର।୧।


ଜାଗରରେ ଦୀପ ଜାଳି    ଭକ୍ତିଭରେ କରୁଅଳି 

     ସଂସାରର ଦୁଃଖ ହର ତ୍ରିଶୂଳଧାରୀ  

ତୁମ ସମ ଦୟାବନ୍ତ     କିଏ ଅଛି ଏ ଜଗତ

     ନାଗଗଣ ବିଭୂଷଣ ତ୍ରିତାପହାରୀ

       ସର୍ବତ୍ର ହିଁ ତୁମରି ନାମ  

    ପଞ୍ଚାକ୍ଷର ଷଡାକ୍ଷର ମନ୍ତ୍ର ପଠନ ।୨। 


ମାନବ ସୁର ଅସୁର    ଦର୍ଶନ ପାଇଁ ତୁମର

    ହୋଇଲେଣି ବ୍ୟାକୁଳିତ ପାର୍ବତୀବର

ଗର୍ବ ଦମ୍ଭ ଅହଂକାର    ପୋଡି ଛାରଖାର କର

    ଦୟା କ୍ଷମା ଗୁଣ ଭରୁ ସବୁ ଅନ୍ତର

     ଧରଣୀରେ ଶାନ୍ତି ବିରାଜୁ

   କ୍ରୋଧ ହିଂସା ଦ୍ୱେଷ ମାନବଟି ବରଜୁ।୩।


ଅର୍ଦ୍ଧ ରଜନୀ ବେଳାରେ   ମହାଦୀପ ଦର୍ଶନରେ

    ପାପତାପ ହେଉ ଭସ୍ମ ଆମ ଶରୀରୁ

ଚଉରାଶି ଲକ୍ଷ ଯୋନି   ନ ପାରିବୁ ଆଉ ଭ୍ରମି

    ମୋକ୍ଷ ପାପ୍ତି ଦିଅ ପ୍ରଭୁ ତୁମକୁ ଭାଳୁ

    ଦେବ ଦେବ ହେ ମହାଦେବ

   ଦୁଃଖ ସଂସାରରେ ପ୍ରଭୁ ତୁମେହିଁ ନାଵ।୪।


    

     

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy