STORYMIRROR

Gangotri Priyadarshini

Romance Classics Fantasy

4  

Gangotri Priyadarshini

Romance Classics Fantasy

ପ୍ରୀତି ସନ୍ଧ୍ୟା

ପ୍ରୀତି ସନ୍ଧ୍ୟା

1 min
259

ଆଜି ବି ତୁମେ ନିଆରା ଲାଗ

ସଜ ଫୁଟା ମଲ୍ଲୀ ପରି

ତୁମ ସାନିଧ୍ୟ ଏ ଅପରାହ୍ନେ

ହୃଦୟ ମାେ ଦିଏ ଚିରି ।। 


ସହିଛେ କେତେ ଝଡ ଝଂଜାକୁ

ଲୁହ ମିଶା ହସ ବାସ

ତୁମ ଶ୍ରୀମୁଖ ମାେ ଚାନ୍ଦ ମୁହିଁ

ଦିନେ ଦେଖିଲେ ଅବଶୋଷ ।।


ପ୍ରେୟସୀ ମୋର ମାେ ପ୍ରାଣପ୍ରିୟା

ଲାଜୁଆ ସେ ଦୁଇ ଆଖି

ହଜି ମୁଁ ଯାଏ ମଜ୍ଜି ମୁଁ ଯାଏ

ବଞ୍ଚିଛି ଯାହାକୁ ଦେଖି ।।


ପାଖକୁ ଆସ ପାଖରେ ବସ

କ୍ଷଣେ ପାରିବିନି ମୁରୁଛି

ତୁମ ପାଇଁ ମାେ ଛାତି ଭିତରେ

କେତେ ଯେ ସ୍ମୃତି ସାଜିଛି ।।


କଥା ଦିଅ ହେ ଜୀବନ ସାଥୀ

ରହି ଥିବ ସାଥେ ମୋର

ଶୟନେ ସପନେ ଅବା ଜାଗରଣେ

ନିମିଷେ ନକର ଦୂର ।।


ତୁମ ବିହୁନେ ନ ଲୋଡ଼େ ଆନ

ଧରା କମନୀୟ କାନ୍ତି

ତୁମେ ମୋ ପ୍ରାଣ ମୋର ଜୀବନ

ତୁମେ ମୋର ହୀରା ମୋତି ।।


କଥା ଦିଅ ପ୍ରିୟେ ନାହିଁ ତିଳେ ଭୟେ

ଶେଷ କିଣା ବିକା ବେଳ

ତୁମକୁ ପାଇ ରାଣୀ ଧନ୍ୟ ଯେ ମୁହିଁ

ପ୍ରେମ ପାରାବାରେ ଟଳମଳ ।।


ସାତ ଜନମ ସଂଗେ ଲାଗିବ ଛୋଟ

ଏକ ସାଥେ ଚାଲୁଥିବା

ଦୁଇ ପ୍ରାଣ ଜୀବନ ଏକ ସୁରିଲା ଗୀତ

ଶେଷ ନିଃଶ୍ୱାସ ଯାଏ ଗାଇବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance