ଆଇ ମାଇଁ
ଆଇ ମାଇଁ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଝୁମ୍ପା ଝୁମ୍ପି ଝାଇଁକି
କହି ଅଛି ମାଇଁକି ।
ଛୁଟିହେଲେ ଆସିବି
ତୁମପାଖେ ବସିବି ।
ନୂଆ ନୂଆ କାହାଣୀ
ପାଖେହେବ ବଖାଣି ।
ତାଙ୍କ ଗୋଡେ ବସିବି
ଭଲ ଭଲ ଖାଇବି ।
ଝୁମ୍ପା ଝୁମ୍ପି ଝାଇଁକି
କହିଅଛି ଆଈକି ।
ମଜାଗୀତ ଗାଇବେ
ମୋ ପାଖରେ ଶୋଇବେ ।
ମୁଣ୍ଡଦେ
ବେ ଆଉଁସି
ରାତି ବିତିବ ଖୁସି ।
ତାଙ୍କ କରାଟ ପଇସା
ଆ କିଣିବା ବାଲସା ।
ଝୁମ୍ପା ଝୁମ୍ପି ଝାଇଁକି
କହେ ଦୁହିଁ ପାଇଁକି ।
ମୁହିଁ ନଗଲେ ନାହିଁ
ତୁମେ ଆସିବ ମାଇଁ ।
ଖେଳନା କିଣିଅଛି
ଖେଳିବା ମିଶି ବସି ।
କହେ ଘଷି କଣ୍ଢେଇ
ନୂଆ ବର୍ଷ ବଧାଇ ।