STORYMIRROR

Samita Swain

Fantasy

4  

Samita Swain

Fantasy

ଫଗୁଣ ଆସିଛି

ଫଗୁଣ ଆସିଛି

1 min
400


ଫଗୁଣ ଆସିଛି ସ୍ବପ୍ନ ସମ୍ଭାରରେ 

  ଫଗୁ ଅବିରକୁ ନେଇ 

ପଳାସ ଫୁଲର ରଙ୍ଗ ମୁରୁଜରେ 

  କମନୀୟ ଚିତ୍ର ହୋଇ।।


ଫୁଲେଇ ହୋଇ ସେ ପ୍ରେମ ଅନୁରାଗେ 

   ଆଲିଙ୍ଗନ ମୁଦ୍ରା ବାଢି 

ମହକ ସୁବାସେ ମୋହୁଛି ସେ ମନ

   ଲାଳିତ୍ଯେ ପୁଷ୍ପ ପଙ୍ଖୁଡି।।


ପେନ୍ଥି ବଉଳରେ ସଜେଇ ନିଜକୁ 

   କୋଇଲି ଗାଇଲା ଗୀତ

ମଳୟ ବାଣ୍ଟିଲା ପ୍ରେମ ପାରିଜାତ 

    ଭ୍ରମରକୁ କରି ମିତ।।


ଅନନ୍ଯ ରାଗିଣୀ ଯାଏ ମନଜିଣି 

  ଆବେଗର ଆର୍ଦ୍ରତାରେ 

ହୃଦୟ ତଟରେ ଗୁଞ୍ଜରିତ ହୁଏ 

  ପ୍ରେମର କେଳି କୁଞ୍ଜରେ।।


ରଙ୍ଗାଇତ କରେ ମନ ଆକାଶ କୁ

  ବାସ୍ନାୟିତ ପ୍ରିୟ ରଙ୍ଗେ 

ଜନମନ ପ୍ରାଣେ ଶିହରଣ ଆଣେ 

  ମଧୁ ଆବାହନୀ ସଙ୍ଗେ।।


ପୁଣ୍ଯ ପାର୍ବଣର ପ୍ରେମର ଋତୁରେ

   ଅତିଥି ହୋଇ ସେ ଆସି

ସାତରଙ୍ଗ ଭରି ସପନ ବୋଇତେ 

   ଧୀରେ ଧୀରେ ଯାଏ ଭାସି।।


ବସନ୍ତ ଆଗମେ ଦୋଳ ପୂର୍ଣ୍ଣିମାରେ

  ଶ୍ରୀରାଧା ସହ ମାଧବ 

ପ୍ରୀତିର ରଙ୍ଗରେ ଶ୍ରଦ୍ଧା ସହକାରେ 

   ବାଣ୍ଟନ୍ତି ସ୍ନେହ ସଦ୍ଭାବ।।


ବିମାନରେ ବସି ପୂଜା ସେ ପାଆନ୍ତି

  ପ୍ରତି ଘର ଘର ବୁଲି 

ଭକ୍ତଙ୍କ ସହିତ ଏକାକାର ହୋଇ 

  ଖେଳନ୍ତି ରଙ୍ଗରେ ହୋଲି।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy