STORYMIRROR

Manaswani Sahoo

Tragedy Others

4  

Manaswani Sahoo

Tragedy Others

ମନର ବେଦନା

ମନର ବେଦନା

1 min
291

ହଜିଯାଇଛି ଆତ୍ମା ଭାଙ୍ଗିଯାଇଛି ମନ,

                  ଦୁଃଖ କଷ୍ଟ ଯାତନାରେ କଟୁଛି ଜୀବନ ।

ପ୍ରବାସୀ ଜୀବନ ମୋ ଦୁଃଖର ଗନ୍ତାଘର,

                    ବିପଦେ ସମୟେ କେହି ନୁହନ୍ତି ନିଜର।


ହୃଦୟର ବ୍ଯଥା ଯେବେ କହୁଛି କାହାକୁ,

                 ଦୂର କରିବେ କଣ କଷ୍ଟ ଦିଅନ୍ତି ଆତ୍ମାକୁ ।

ଜୀବନ ଦର୍ପଣେ ଦେଖେ ନିଜ ପ୍ରତିବମ୍ବ,

                    ଭାଙ୍ଗି ଯାଇଛି ମୋର ଜୀବନର ଦମ୍ଭ ।


କବିର ଭାବନା ନୁହେଁ ଆତ୍ମାର ଯାତନା,

                ଭାଷାରେ କହି ପାରେନା ହୃଦୟବେଦନା।

ଭଗ୍ନ ମନ ମୋର କ୍ଷଣ ଭଙ୍ଗୁର ଶରୀର,

                ଦୁଃଖ ମୋର ଦୂର କର ହେ ପରମେଶ୍ଵର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy