Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jayashree Maharana

Fantasy Inspirational Others

4  

Jayashree Maharana

Fantasy Inspirational Others

ମୋର ପ୍ରିୟ ମାତୃଭାଷା

ମୋର ପ୍ରିୟ ମାତୃଭାଷା

1 min
171


ମଧୁଠୁ ମଧୁର ସରଳ ସୁନ୍ଦର

ମୋର ପ୍ରିୟ ମାତୃଭାଷା

ସୁଧା ଠାରୁ ପୁଣ୍ୟ ଅରଜେ ଜୀବନ

ଉଚ୍ଚାରଣେ ପ୍ରୀତିବର୍ଷା ।


ବର୍ଣ୍ଣ ଲିପି ଶ୍ରେଷ୍ଠ ଧନ୍ୟ ଲଭେ ଓଷ୍ଠ

ଭାବ ବିନିମୟେ ତୃପ୍ତି

ଶବ୍ଦେ ଶବ୍ଦେ ତା'ର ମମତାର ଧାର

ହୃଦୟରେ ପରିତୃପ୍ତି ।


ଜାତି ମୋ'ଓଡ଼ିଆ ଭାଷା ମୋ' ଓଡ଼ିଆ

ମୋ' ଜୀବନ ପରିଚୟ

ଜନ୍ମରୁ ମରଣ ମୁଁ ଯେ ପ୍ରତିକ୍ଷଣ

ଅସ୍ତିତ୍ୱକୁ କରେ ଜୟ ।


ଦୁନିଆ ଦେଖିଲି ସମ୍ପର୍କ ଚିହ୍ନିଲି

ଆରମ୍ଭିଲି କଥାକୁହା

ପ୍ରଥମ ଶବଦ ମାଆ ଡାକେ ମୁଗ୍ଧ

ମାତୃଭାଷା ହେଲା ସାହା ।


ଘର ପରିବାର ସମାଜ ସଂସାର

ପରବେଶ ଉପାଦାନ

ମାତୃଭାଷା ଦାନ ଗଢିଛନ୍ତି ପ୍ରାଣ

ନାମ କହି ହେଲି ଧନ୍ୟ ।


ଜୀବନର ପଥେ ଅନୁଭବ ଯେତେ

ମନେ ସୃଷ୍ଟି ଭାବାବେଗ

ବଖାଣେ ହରଷେ ମୁଁ ଯେ ଅନ୍ୟାୟାସେ

ମାତୃଭାଷା ବୋଳେ ରଙ୍ଗ ।


ଅନନ୍ୟ ଭୂଷଣ ଶାସ୍ତ୍ରୀୟ ସମ୍ମାନ

ମାତୃଭାଷା ମହାଧନ

ଭାଷା ପ୍ରଗତିରେ ସମଗ୍ର ବିଶ୍ୱରେ

ଦୃଢ଼ ଜାତି ସ୍ୱାଭିମାନ ।


ନୂତନ ପିଢୀର ସମୃଦ୍ଧି ଆଧାର

ମାତୃଭାଷା ଗରୀୟସୀ

ଅମୂଲ ତା' ମୂଲ୍ୟ ମାଆ ,ମାଟି ତୁଲ୍ୟ

ଗୁଣ ଗାଏ ହସି ହସି ।


ନେବାରେ ଶପଥ ରଖିବା ମହତ

କରି ଜୀବନର ବ୍ରତ

ମାତୃଭାଷା ପ୍ରୀତି ହୃଦେ ବହି ନିତି

ଗଢୁଥିବା ଭବିଷ୍ୟତ ।



Rate this content
Log in