STORYMIRROR

Gangotri Priyadarshini

Abstract Classics Fantasy

4  

Gangotri Priyadarshini

Abstract Classics Fantasy

ପ୍ରେମ ବିରହ

ପ୍ରେମ ବିରହ

1 min
177


ପ୍ରେମ କେବେ ହଜେ ନାହିଁ ଥିଲେ ଥାଉ ଯେତେ ବ୍ୟଥା

ଝରି ଯାଏ କୋହ ଲୁହ ହୋଇ ଅବ୍ୟକ୍ତ ସେ ନିରବତା

ଦୋଷ ଦେବିନି ମୁଁ ତୁମ ବିରହରେ ନିସର୍ତ୍ତ ଥିଲା ପ୍ରେମ

ମାନ ଅଭିମାନ କରି ଦୁନିଆରେ କିଆଁ ହେବି ବଦନାମ ।।


ଦୁହେଁ ଦେଖିଥିଲେ ଯେତେ ସବୁ ସ୍ଵପ୍ନ କାଚଘର କିସେ ଥିଲା

ବହିଗଲା ଝଡ ଭାଙ୍ଗିଗଲା ନୀଡ ବିହି ଦାଉ କେମିତି ସାଧିଲା

ସାତଜନ୍ମ ପାଇଁ ମନ ଦିଆ ନିଆ କେମିତି ପାଶୋରି ଦେଲ

ତୁମବିନା ସାଥି ବଞ୍ଚିଛି ଯେମିତି ଜୀବନ ଲାଗେ ବିଷ ତୁଲ ।।


ପ୍ରତୀକ୍ଷା ଏ ସତେ ଅପାଶୋରା କେବେ ହୋଇବ ଆମ ମିଳନ

ନିଦାଘ ନ ବାଧେ ବରଷା ବତାଷି ଛାତି ଥରାଏ ସ୍ମୃତି ଫଗୁଣ

ଅଫେରା ଅତୀତ ଆଜି ଅସହଣି ଫେରିବକି କୁହ ଇଶାରାରେ 

ହେ ପ୍ରିୟବର ପ୍ରାଣ ଠୁ ନିଜର ଆଉ କାହାକୁ କି ଭାବି ପାରେ।।


ପ୍ରୀତି ପାରାବାର ତହିଁରେ ଜୁଆର ଦୁଇ ପ୍ରାଣ ଏକ କରିଦିଏ ଫେରିଆସ ଛାଡ଼ି ପରବାସ ଚାହିଁଛି ତୁମକୁ ଚାତକ ପରାଏ ।।


#SM Boss


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract