STORYMIRROR

Akshaya Kumar

Abstract Romance Fantasy

4  

Akshaya Kumar

Abstract Romance Fantasy

ପ୍ରେମ ଶିଳା ରେ ପୃଥିବୀ

ପ୍ରେମ ଶିଳା ରେ ପୃଥିବୀ

1 min
173


ଅଲେଖା ଖାତାର 

ଅଲିଭା କାଗଜ

କେବେ ସେ ଲେଖିବ ଆସି,

ଭାବୁଛି ମୁଁ ବସି ବସି ।...।।୧।।


ପ୍ରେମ ଶିଳା ର ପୃଥିବୀ ରେ ତତେ 

ପାଇଥିଲି ଖୋଜି ଖୋଜି 

କୁଆଡେ ଗଲୁ ତୁ ହଜି ।..।।୨।।


କିଛି ପ୍ରଶ୍ନ ଅଛି

ଯାହାର ଉତ୍ତର ନାହିଁ

ଆଉ ଯାହାର ଉତ୍ତର ଅଛି

ସେ ଅପସରି ଯାଏ କାହିଁ ।..।।୩।।


ପ୍ରେମରେ ହସ

ପ୍ରେମରେ ଖୁସି

ଭଲ ପାଇବାରେ ମୁଁ

ଯାଉଛି ତର୍ଷି ।..।।୪।।


ତତେ ପାଇଲା ପରେ 

ଆସିଥିଲା ଲୁହ ଏଇ ଆଖିରେ

ତୁ ଚାଲିଗଲା ପରେ 

ଫେରିଲା ସେ ଫଗୁଣ ହୋଇରେ ।..।।୫।।


ନୀରବ ରହିଛି

  ହୃଦୟ ଲୋ ମୋର 

ଅନାଇ ରହିଛି ତତେ 

କାହିଁକି ଏମିତି 

   ପ୍ରେମରେ ଭିଜେଇ

ମାରୁଛୁ ଖାଲିଲୋ ମତେ ।..।।୬।।


ପ୍ରେମର ଚୁମ୍ବକ

  ତୋ ପାଖକୁ ଟାଣି ନିଏ କାହିଁ

କେବେ ତମେ ନାହଁ 

    କେବେ ମୁଁ ନାହିଁ ।..।।୭।।


ତୁମକୁ ଦେଖିଲେ 

  ଖୁସି ଲାଗୁଥିଲା

ଦୁଃଖ ଯାଉଥିଲା ଲୁଚି

 ଏତେ ଦିନ ଯାଏଁ 

   କୁଆଡେ ଯାଇଛ

ତୁମକୁ ପାଉନି ଖୋଜି ।..।।୮।।


ପ୍ରେମ ନୁହେଁ

  କିଣା ଘର ଚାକର

କି ଗାଡ଼ି ଘୋଡ଼ା 

ସୁନା ରୂପା ର ସମ୍ଭାର ।..।।୯।।


ପ୍ରେମ ଶିଳା ର ପୃଥିବୀ ରେ ଆଜି 

   ମୋ ପ୍ରେମ ସରିଲା

ଏଇଠି ମୋ ପ୍ରେମର ଗଛ 

   ଶୁଖି ମରିଲା ।..।।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract