STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ସ୍ୱପ୍ନ ତୁମେ

ସ୍ୱପ୍ନ ତୁମେ

1 min
16


ତୁମେ ସ୍ୱପ୍ନର ମହୁଲୀ ମୁହୂର୍ତ୍ତ

ମୁଁ ଗୋ ବିଛଣାର କୁଞ୍ଚା ଚାଦର।

ଅପସରି ଗଲା ପରେ ମୁଣ୍ଡ ତଳୁ

ଛାତି ତଳେ ତକିଆର ଆଦର।।


ରଙ୍ଗ ତରଙ୍ଗର ମାଳ ମାଳ ଢେଉ

ହୃଦ ବେଳାରେ ଲେଉଟା ଲହଡ଼ି।

ଛୁଇଁ ଯାଏ ଛପି ଛପି ଛାତି ତଳେ

ଦେଇ ପ୍ରୀତି ପୟ ପାତ୍ର ଅଜାଡ଼ି।

ଉଙ୍କି ଦେଖୁଥିବା ଲାଜ ଉହାଡ଼ରୁ

ପ୍ରୀତି ପ୍ଲାବିତ ନୟନ ଆତୁର ।।

ତୁମେ ସ୍ୱପ୍ନର ନହୁଲୀ ମୁହୂର୍ତ୍ତ


ବଢ଼ି ବଢ଼ି ଯାଏ ଗତି ପ୍ରଶ୍ବାସର

ଘନ ଘନ ସ୍ପନ୍ଦନର ଆବାହନ

ତନ୍ଦ୍ରା ଆସକ୍ତ ଆଖିକୁ ମଳି ମଳି

ଅବଲୋକନ ଉତ୍କଣ୍ଠା ଉଦ୍ଦୀପନ।

ମାତ୍ର ମରୀଚିକା ଘୁଞ୍ଚି ଘୁଞ୍ଚି ଯାଏ

ଅପହଞ୍ଚ ନିର୍ଝରିଣୀ ପ୍ରଣୟର।।

ତୁମେ ସ୍ୱପ୍ନର ନହୁଲୀ ମୁହୂର୍ତ୍ତ


ହୁତୁ ହୁତୁ ନିଆଁ ଜାଳି ଛାତି ତଳେ

ମୃଦୁ ମଧୁର ହସର ଈନ୍ଧନେ

ଶତ ସହସ୍ର ଗୁଣିତ କରୁଥିଲ

ବାନ୍ଧି ନିର୍ଲଜ ନିବିଡ଼ ବନ୍ଧନେ।

ପ୍ରତି ଶିହରଣେ ଆହୁତି ଅରପି

ମଦ ମୋହିତ ବାସନା ବାସନାର।।

ତୁମେ ସ୍ୱପ୍ନର ନହୁଲୀ ମୁହୂର୍ତ୍ତ


କଡ଼ ଲେଉଟା ସକାଳ ନିରିମମ

ଝରକା ଫାଙ୍କରୁ ଅସହ୍ୟ ଆଲୋକ।

ମୁହଁ ଉପରୁ ଚାଦର କୁ ହଟେଇ

ସଦ୍ୟ ଜାଗ୍ରତ ନୟନ ଆଚମ୍ଭିତ।

ପାହାନ୍ତିଆ ତାରା ଉଙ୍କି ଦେଖୁଥିଲା

ଅବସାନ ସେ ଅଭୁଲା ସପନର।।

ତୁମେ ସ୍ୱପ୍ନର ନହୁଲୀ ମୁହୂର୍ତ୍ତ

ମୁଁ ଗୋ କୁଞ୍ଚିତ ବିଛଣା ଚାଦର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance