Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ସ୍ୱାସ୍ଥ୍ୟ ହିଁ ସମ୍ପଦ

ସ୍ୱାସ୍ଥ୍ୟ ହିଁ ସମ୍ପଦ

1 min
365



ବଢାଅ ନାହିଁ ହାତରେ ନଖ

ଆଣଇ ରୋଗ ଡାକି 

ରହେ ମଇଳା କେତେ ଜୀବାଣୁ

କ୍ଷତିକାରକ ଅତି ।

ଖାଇବା ଆଗୁ ସାବୁନ୍ ମାରି

ହାତକୁ ସଫା କର

ଅସନା ହାତେ ଖାଦ୍ୟ ଗ୍ରହଣ

ଅଟେ ଅହିତକର ।

ଲେଞ୍ଜରା ପୋଛ ସଫା ରୁମାଲେ

ଆଖିର ନିଅ ଯତ୍ନ

ମଇଳା କାଢି ପକାଅ ତେଲ

ଭଲ ଶୁଣିବ କାନ ।

ନାକରୁ ବହେ ଗଙ୍ଗା ଯମୁନା

ହେଲେ ସରଦି ଥଣ୍ଡା

ଶୀତ କାକରେ ବୁଲନି ବେଶୀ

ଖାଅନି ବାସି ସଢା ।

ସ୍ୱାସ୍ଥ୍ୟ ଅଟଇ ବଡ଼ ସମ୍ପଦ

ଅନ୍ୟ ଦରବ ତୁଚ୍ଛ

ଲାଗେନା ଭଲ କିଛି କଥାରେ

ଖରାପ ଥିଲେ ସ୍ୱାସ୍ଥ୍ୟ ।


  


Rate this content
Log in