STORYMIRROR

Goutam Mohanty

Tragedy

3  

Goutam Mohanty

Tragedy

ସ୍ୱାଗତମ ମୃତ୍ୟୁ************

ସ୍ୱାଗତମ ମୃତ୍ୟୁ************

1 min
207


ଭାବୁଛି ମରଣ

ଆସିବ ଯେଦିନ 

କେମିତି ସ୍ୱାଗତ କରିବି

ମୋ ଦୁଆରେ ଦିନେ

ଆସିବ ସେ ଥୟ 

ଯା ଲାଗି ପ୍ରସ୍ତୁତ ରହିବି ।


ଯେଉଁ ପରାଣକୁ 

ଏତେ ଭଲ ପାଏ

ସଜାଇଛି ସାରା ଜୀବନ

କେତେ ପାପ ପୁଣ୍ୟ

କେତେ ସତ ମିଛ 

କେତେ ଯେ ମାନ ଅଭିମାନ।


ମନେ ନାହିଁ କେତେ

ସପନ ଦେଖିଛି

କେତେ ଯେ ମଧୁମୟ ରାତି

କେତେ ଯେ ଶ୍ରାବଣ

କେତେ ଯେ ଫଗୁଣ

ଶରତର ଅଭୁଲା ସ୍ମୃତି।


କେତେ ଆୟୋଜନ

କେତେ ଆସ୍ଫାଳନ 

ସଞ୍ଚୟର ନାହିଁ ହିସାବ 

ଜିତିବା ଲକ୍ଷ୍ୟରେ

କେତେ ହରାଇଛି

ରହିଛି ତାଜା ଅନୁଭବ।


ହସି ହସି ମୁହିଁ

ସେଇ ପରାଣକୁ

ଥୋଇଦେବି ମୃତ୍ୟୁ ଆଗରେ

ଖାଲି ହାତେ ତାକୁ

ଫେରାଇବି ନାହିଁ

ଯେବେ ଆସିବ ମୋ ଦୁଆରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy