ସ୍ୱାଗତମ୍ ୨୦୨୩
ସ୍ୱାଗତମ୍ ୨୦୨୩
ଵିଦାୟ ଵେଳାରେ
୨୦୨୨ ଆଜି ହେଲାଣି ଉପସ୍ଥିତ
ଦୁଇ ହଜାର ତେଇଶି ଆସିଵ କର ସ୍ୱାଗତ
ପୁରାତନ ଵରଷଟି ସ୍ମୃତି ହୋଇ ଯିବ ରହି।
ନୂତନ ବରଷଟି ଆସିଵ ନୂଆ ଆଶା ନେଇ
ହସ ଦେଇଥିଲା କେବେ କିଏ ଓଠରେ ଆମରି
ସହି ହୋଇ ନଥିଲା ବି କଟୁ ଵଚନ କାହାରି
ଘଟଣା ଦୁର୍ଘଟଣା ଘଟିଲା ଆମ ଜୀବନରେ।
ଫୁଲ ବି ଫୁଟିଥିଲା ଦିନେ ଆମ ଚଲା ପଥରେ
ସଫଳତାର ଶୀର୍ଷକୁ ଥିଲେ ଆମେ କେବେ ଛୁଇଁ
ଵିଫଳତା କେଵେ ଆମକୁ ଦେଇଥିଲା କନ୍ଦାଇ
ମଧୁ ଭଳି ମିଠା ଥିଲା କେଵେ ଆମରି ସମ୍ପର୍କ।
ଦୂରେଇ ଦେଲା କେତେ ଯେ ଚିହ୍ନା ମୁହଁ , ଯୁକ୍ତି ତର୍କ
ଦୁଃଖଦ ଅତୀତକୁ ଭୁଲି ଆଗକୁ ଵଢିଯିଵ
ଭବିଷ୍ୟତକୁ ସୁନ୍ଦର କରିଣ ଗଢି ତୋଳିବା
ଦୋଷ ଗୁଣ ଉଭୟରେ ପରିପୂର୍ଣ୍ଣ ଏ ମାନବ।
ଗୁଣ ଦେଖିବା ଶିଖିଲେ ଜୀବନ ହସି ଉଠିଵ
ଦୁର୍ଦ୍ଦିନକୁ କାଟିଵା ଧୈର୍ଯ୍ୟ ସାହସର ସହିତ
ଧ୍ୟାନ ଦେଲେ ଦୁଃଖକୁ କଷଣ ମିଳଇ ବହୁତ
ଆସନ୍ତା କାଲି କର୍ମ ପାଇଁକି କରିଵା ଯୋଜନା
ଵହୁଦୂରକୁ ଭାବିଦେଲେ ମନଟା ଵାଟଵଣା
ରହିଲେ ସଦା କର୍ମବ୍ୟସ୍ତ ସମୟ କଟିଯିଵ
ସମସ୍ୟା ସଵୁ ଆଉ ଭୟ ଦେଖାଇ ନପାରିବ
ନୂଆ ଵରଷରେ ଭରିଯାଉ ମନରେ ଆନନ୍ଦ
ଭଲରେ ରଖିଥାନ୍ତୁ ସମସ୍ତଙ୍କୁ ପରମାନନ୍ଦ।।
