STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ସ୍ୱାଧୀନତା ସ୍ୱର

ସ୍ୱାଧୀନତା ସ୍ୱର

2 mins
339

ସ୍ୱାଧୀନତା ଆମ କାଗଜେ ଲେଖିତ

ଶୁଣିଲେ ଆନନ୍ଦ ଲାଗେ

ବାସ୍ତବତା ଦେଖ ଆସିଯିବ ଦୁଃଖ

ମିଛରେ ଆନନ୍ଦ ପାଏ l


ସ୍ୱାଧୀନତା ସ୍ୱର ଉତ୍କଟ ଚିତ୍କାର

ବାଜିଉଠୁ ଶଙ୍ଖନାଦ

ନାମେ ସ୍ୱାଧୀନତା ଦେଶଯେ ଲୁଣ୍ଠିତା

ଲୋକଙ୍କ ମନେ ପ୍ରମାଦ l


ଭୟ କ୍ରୋଧ ଘୃଣା ଅସୂୟା ଭାବନା

ଅଥୟ କରେ ହୃଦୟ

ନାମେ ସମାନତା ବଢେ ବିଷମତା

ଭଦ୍ର ନାମେ ଚୋର ମୟ l


ସ୍ୱାଧୀନ ଦେଶର  ବୟସ ଅଶୀର

ପ୍ରଗତି ଖୁବ ହୋଇଛି

ଛତିଶ କୋଟିରୁ ଶହେ ଚାଳିଶୀକୁ

ଜନଙ୍କ ସଂଖ୍ୟା ବଢିଛି l


ବଂଶଯେ ବିସ୍ତାର ଅଟେ କ୍ଷିପ୍ରତର

ଚାକର ର ବୃତ୍ତି ଶିଖିଛୁ

ଚାକର ହୋଇକି   ଚାକର ରଖିକି

ବ୍ରିଟିଶିକୁ ମନେ ରଖିଛୁ l


ପିଲାଙ୍କୁ ମଣିଷ କରିବା ନିଶାରେ

ବିଦ୍ୟାଳୟେ ଶିକ୍ଷା ଦେଉଛୁ

ଚାକିରି ନାମରେ ଚାକର ହୋଇକି

ଖୁସିରେ ଡ଼ିଡ଼ିମ୍ବା ପିଟୁଛୁ l


ଶିକ୍ଷା ନାହିଁ ଏଠି ମୁନିବ ହେବାକୁ

ଚାକର ର ପ୍ରତିଯୋଗିତା

ବାପା କହୁଅଛି ପୁତ୍ରକୁ ବୁଝାଇ

ଚାକର ପାଇଁ ତୁ ପଢୁଥା l


ଗୋଲାମ ହୋଇକି ସେବା କରୁଥିଲୁ

ବ୍ରିଟିଶର ବୋଲ ମାନିକି

ଦେଶର ନେତାଯେ ହାକିମ ହୋଇଲେ

ଆମକୁ ଗୋଲାମ କରିକି l


ଏବେ ନିରକ୍ଷର ବଢେ ଅଶିକ୍ଷାର

ମାଗଣା ଚାଉଳ ନେଇକି 

ମାଗଣା ପାଇଲେ ମୂର୍ଖରେ ରହିଲେ

ଗୋଲାମ ପଦକୁ ପାଇକି l


ସମ୍ପତ୍ତି ଦେଶର ରହେ ବିଦେଶରେ

ଧନ୍ୟ ଆମ ଗଣତନ୍ତ୍ର

ଗଣଙ୍କର ନାମେ ଯୋଜନା କରିକି

ପୂଜା ପାଏ ବ୍ୟକ୍ତିତନ୍ତ୍ର l


ଏଠି କୋଟିପତି ବିପିଏଲ ଧାରୀ

ଗରିବ ଦାଦନ ଖଟେ

ଜିନିଷ ଅସଲି  ଚିହ୍ନିବା ମୁସ୍କୁଲି

ସତ୍ୟର ବକ୍ଷଯେ ଫାଟେ l


ଭଲ ବ୍ୟବସାୟ  ରାଜନୀତି ଏଠି

କିଣାବିକା ରାଜନେତା

ଭକୁଆ ଭୋଟର ଗୋଲାମ ଟଙ୍କାର

ମଦକୁ ଧରି ପିଉଥା l


ଅଫିସର ପରା  ଚାକର ଆମର

ଦପ୍ତରେ ଲାଞ୍ଚ ଦେଉଥା

ଆମରି ସେବାରେ ନେତା ପ୍ରଶାସକ

ମୁଣ୍ଡିଆ ଭୟେ ମାରୁଥା l


ବିରିୟାନୀ ଖାଇ ତିନି ଶହ ନେଇ

ନେତା କଥା ଆମେ ମାନୁଛୁ

ଘରେ ଚୁଲି ନାହିଁ ବସ, ଟ୍ରକ ପୋଡୁ

ଜାତୀୟ ସମ୍ପତ୍ତି ଭାଙ୍ଗୁଛୁ l


ଅଶିକ୍ଷା, ଅନୀତି, ଶୋଷଣ ବଢୁଛି

କହିବାକୁ ଭୟ ଲାଗୁଛି

ନେତାର କଥାରେ ରାସ୍ତା ମୁଁ ରୋକୁଛି

ଜେଲେରେ ଘଣା ପେଡୁଛି l


ଖାଇଗଲା ସିଏ ଖାଇଯିବି ମୁଇଁ

ହଣ ହଣ ହୋଇ ଖୋଜୁଛି 

ମାଂସ ଯେ ନ ହେଲା ମଢ଼କୁ ରଗଡି

ନିଈତି ସାଉଁଟି ହେଉଛି l


ପୁଞ୍ଜିପତି ଆଜି ଟିଙ୍କ ରୂପେ ସାଜି

ଗରିବ ରକ୍ତ ଶୋଷୁଛି

ଦେଶର ସମ୍ପତ୍ତି ହରିଲୁଟ କରି

ସମାଜେ ଧନୀ ସାଜିଛି l


ପିଅନ, ନେତାଙ୍କ ଅଫିସର ଘରେ 

ଟ୍ରକ ଟ୍ରକ ଟଙ୍କା ରହିଛି

କୃଷକ ଏଠାରେ ଶାଗ ମାଛ ଦରେ

ଦ୍ରବ୍ୟକୁ ତାହାର ବିକୁଛି l


ଧର୍ମ ଜାତି ନାମେ ଦେଶ ଭାଗ ଭାଗ

ଭୋଟ ବ୍ୟାଙ୍କ ଦେଖୁଛି

ଏକତା ନାମରେ ଭାଷଣ ମାରୁଛି

ଭାତୃତ୍ୱ ହଜି ଯାଇଛି l


ସ୍ୱାର୍ଥରେ ପାଗଳ  ଚିତ୍କାର ବିକଳ

ସମାନତା ଦ୍ୱାହି ଦେଉଛି

ଭୟରେ ଶରଣ ସମ୍ପତ୍ତି ଲୁଣ୍ଠନ

ମୁଖ୍ୟ କର୍ମ ଆଜି ହୋଇଛି l


ଧର୍ମ ଭାଷା କଥା ବେଉସା ଚଳଣି

ସମାନତା ହଜି ଯାଇଛି

ସବଳ ସେବାରେ ଆଇନି ରହିଛି

ଦୁର୍ବଳ ମୁଣ୍ଡ ପିଟୁଛି l


ନାରୀର ଇଜ୍ଜତ ଦାଣ୍ଡରେ ନିଲାମ

ବିଧବା ହାତ ପାତୁଛି

ପେନସନ ଦେଇ ଦେଶଯେ ଗରିବ

ବେକାରୀ କାମ ମାଗୁଛି l


ସମାନତା ଦ୍ୱାହି ଗଣ ନାମେ ଦ୍ୱାହି

ଦେଇ ମୁଷ୍ଟିମେୟ ହସୁଛି

ଆମ ଲୋକ ମାନେ ଅଶିକ୍ଷାରେ ରହି

ଜୟ ଜୟକାର କରୁଛି ।


ବିଦେଶୀ ହଟିଛି ଚାଞ୍ଚତା ଜିଇଁଚି

ଆନ୍ଦୋଳନ ବାକି ରହିଛି

ଉଠ ବରପୁତ୍ର ଧରି ଶିକ୍ଷା ଅସ୍ତ୍ର

ଲଢେଇ ପାଇଁକି ଡାକୁଛି l


Rate this content
Log in

Similar oriya poem from Classics