ସ୍ୱାଧୀନତା ଆମର
ସ୍ୱାଧୀନତା ଆମର
ମସ୍ତକେ ଯାହାର ହୀରାର ମୁକୁଟ
ହିମାଳୟ ହୋଇ ପାଉଛି ଶୋଭା,
ଅହରହ ଧୋଉଛି ଯାହାର ପାଦ
ନୀଳ ସାଗର
କେତେ ମୁନୀ , ଋଷି
କେତେ ମହାରଥୀ
ଯା କୋଳେ ଜନମ ନେଲେ ,
ଯା ହୃଦେ ଭରିଛି
କେତେ ଦେବା ଦେବୀର ଆସ୍ଥାନ ,
କେତେ ନଦ ନଦୀ
ଗଙ୍ଗା , ଯମୁନା ,ସରସ୍ୱତୀ ଧାର
ସେଇ ମୋର ମାଆ
ଯା କୋଳେ ଜନମ ଲଭିଛି ମୁଁ ,
ମୋ ଭାରତ ମାତା ।
ଦୀର୍ଘ ଦିନର ଇଂରେଜ ଶାସନର
ଘଟିଥିଲା ଅବପତନ ,
ସେ ମହାନ ଦିନ
ପନ୍ଦର ଅଗଷ୍ଟ ଉଣେଇଶ ସତଚାଳିଶ ମସିହାରେ ,
ଭାରତ ମାତାର ମୁକ୍ତି
ଇଂରେଜ ଶାସନରୁ ,
କେତେ କ୍ରାନ୍ତିବୀର
ପ୍ରାଣ ଦେଇ ଦେଶ ପାଇଁ ,
ନାନା ଆନ୍ଦୋଳନେ
ସ୍ୱାଧୀନ କରାଇ ଦେଶ
ହୋଇଲା ଆମର ।
ଏହି ବର୍ଷ
ପଚସ୍ତରୀ ତମ ଆଜି ସ୍ୱାଧୀନ ଦିବସ ,
ନେବାରେ ଶପଥ ଆମେ
ଅନ୍ୟାୟ କରିବା ନାହିଁ !
ସୁବର୍ଣ୍ଣ ସ୍ୱାଧୀନ ଭାରତ ,
କାଶ୍ମୀରରୁ କନ୍ୟାକୁମାରୀ
ଶାନ୍ତି , ମୈତ୍ରୀ ,ପ୍ରୀତି , ଐକ୍ୟ
ଜାତି , ଧର୍ମ , ବର୍ଣ୍ଣ
ଏକ ମନ ହେଉ ସବୁ ଭାରତବାସୀର !
ଦେବାରେ ଜୀବନ ଆମେ ମାତୃଭୂମି ପାଇଁ
ଦେଶ ପାଇଁ ସେବା କରି ରଖିବା ମାନ
ବଜାୟ ରଖିବା ଆମେ ଭାରତର ଏକତାକୁ ।
ନିଜକୁ ରଖି ଅନୁଶାସନରେ
ବୁଝିବାକୁ ହେବ ପୁଣି ପ୍ରକୃତ ସ୍ୱାଧୀନତା ।
ଦେଖିବାକୁ ହେଲେ ନିଜକୁ ଉଚ୍ଚ ସ୍ଥାନରେ
ସମ୍ମାନ କରିବା ଆମେ
ନିଜ ମାଆ ଓ ମାତୃଭୁମିର ।
