Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action

3  

Akshayakumar Dash

Action

ସ୍ୱାଭିମାନ

ସ୍ୱାଭିମାନ

1 min
35


  • ଜୀବନରେ ବାରମ୍ବାର ହାରିଯାଇ
  • ଝୁଣ୍ଟି ପଡି ଖଣ୍ଡିଆଖବରା ହୋଇ
  • ଅନ୍ଧାର ରେ ଚାଲୁଥିବା ମଣିଷଟି
  • ଅଭିମାନରେ ବଞ୍ଚିବାକୁ ଚାହେଁ ।
  • ଯେତେ ବାଧା ବିଘ୍ନ ଆସିଲେବି
  • ଅତିକ୍ରମ କରିବା ତାର ପ୍ରବୃତ୍ତି
  • କେତେବେଳେ କେଉଁ ରୂପରେ
  • ଯେମିତି ବିରୋଧ ଆଉ ଶତ୍ରୁତା
  • ତାର ସହଚର ହୋଇ ପାଖେ ପାଖେ ଥାଏ ।
  • ନିଜର ପାଖରେ ଲାଗିଆସୁଥିବା
  • ଆପଣାର ଲୋକମାନେ
  • ବେଳପଡିଲେ ଦାଉସାଧନ୍ତି
  • ଆଗରେ ମିଠାକଥା ପଛରେ ଚେରକଟା
  • ଚରଣ ଧରି ଭୂଲ ମାଗନ୍ତି,
  • ପୁଣି ସେଇଲୋକ ବଦନାମ ଦିଅନ୍ତି ।
  • ଛକା ପଂଝା ଖେଳରେ
  • ନିମିଶକ ପାଇଁ ଯନ୍ତ୍ରଣା ଦିଏ ମନ
  • ଆଘାତ ଲାଗେ ହୃଦୟରେ,
  • ସତର୍କ ସୂଚନା ପାଇ ହୁସିଆର ହୁଏ
  • ଚକ୍ରାନ୍ତ ବଳୟ ଭିତରେ ଗତିକରେ
  • କେବଳ ନିଜକୁ ଗଢିବାକୁ 
  • ନିଜ ହାତଗୋଡ କୁ ମଜଭୁତ ରଖି
  • ନିଜ ସ୍ଵଭାଵକୁ ବଳ ଦେଇ
  • ଲକ୍ଷ ପଥରେ ଆଗେଇଯାଏ।
  • କିଏ କିଏ ନିଜ ପାଖ ଲୋକ ନିନ୍ଦା କରନ୍ତିତ
  • ଦୂର ସମ୍ପର୍କରେ ମଧୁର ସମ୍ବନ୍ଧ
  • ଅଜଣା କି ଜଣା ଶୁଣା ପ୍ରସକ୍ତି ତ
  • ଭାଇବନ୍ଧୁ କୁଟୁମ୍ବ କଂ ଆଡ଼ ଦୃଷ୍ଟି
  • ଦେହସୁହା ଗଲାକଥା ମାନ
  • ଏବେସବୁ ମନେପଡି ଜିତିବାର ପଣ
  • ହାତୀଗଲେ ଚାଲି କୁକୁରଙ୍କ ପାଳି ।
  • ହରେଇଥିବା କି ଛଡେଇ ନେଇଥିବା
  • ଅଧିକାର ସବୁକୁ ଭାଇ ଭଗାରୀ ରୂପରେ
  • ସମାଜରେ ନିନ୍ଦା ହେଲେବି ,
  • ବ୍ୟକ୍ତି ଟି ପାଇଁ ସ୍ୱାର୍ଥ ହାସଲ କରିବାର ଆନନ୍ଦ
  • ତାର ପତ୍ନୀ ଓ ପରିବାର ପ୍ରତି ବିପଦ ତ
  • ତାପାଇଁ ଠକିବାର ଗର୍ବ ଓ ଗୌରବ
  • କେତେଦିନ ଖୁସିରେ କଟାଇବା ପଣ
  • ଭାଇଭାଗ ଖାଇ ଆଗକୁ ମାଡିଯିବାର
  • ଚକ୍ରାନ୍ତ କୁ ଲୋକଙ୍କ ସାମ୍ନାରେ ଦାନି ବି ବଦାନ୍ୟ
  • କିନ୍ତୁ କାଳ ବିଚାରରେ ଗରଳ ଭକ୍ଷଣ ।
  • ଏବେ ପରିଣତି ସମୟ ଆସିଛି
  • ଦୁଃଖ ସବୁ ବାଟ ସଫା କରି ଦେଇଛି
  • ଯନ୍ତ୍ରଣା ସବୁ ମୁକ୍ତ କରିଛି ଦେହ ସିକୁଳିକୁ
  • ଭାଗ୍ୟ ପାଥେୟ ହୋଇଛି ଧର୍ଯ୍ୟ ଦେଖି 
  • ଶତ୍ରୁ ସବୁ ପରାସ୍ତ ଛଳନା କବଳରୁ ମୁକ୍ତ
  • ସମୟ ତାର ବିଚାର ବିଭାଗୀୟ ଅଧିକାରୀ
  • ନ୍ୟାୟ ମିଳିଛି ନିର୍ଦୋଷୀକୁ ତ
  • ଏବେ ଅଧିକାର ନିଜର ପ୍ରାପ୍ୟକୁ ।


Rate this content
Log in

Similar oriya poem from Action