ସ୍ୱାଭିମାନ
ସ୍ୱାଭିମାନ
ଜୀବନରେ ଯଦି ସ୍ୱାଭିମାନ ନାହିଁ
କି ଲାଭ ସେ ବଞ୍ଚି ଥାଇ
ମରଣଠୁ ବେଶୀ ଯନ୍ତ୍ରଣା ଦାୟକ
ସିଏ ଯାଇ ଥାଏ ହେଇ ।
ଆଖି ଲୁହ ତାର ଓଠ ପିଉ ଥାଏ
ଜଳି ଜଳି ଏକା ବଞ୍ଚୁ ଥାଏ ସିଏ
ସବୁ ଦୁଃଖ ଯାଏ ପିଇ ।
ନା ନିଜର କେ ଥାଏ ହେଇ ।
ଯେଉଁ ଆଡେ ଗଲେ ନିରାଶର ବହ୍ନି
ହୁତୁ ହୁତୁ ଜଳୁ ଥାଏ
ତଥାପି ଜୀବନ ସଂଘର୍ଷ ନଈରେ
ପାଦ ଥାପି ଚାଲେ ସିଏ ।
ଲୋଭ ଲାଳସାର ସମ୍ପତ୍ତି ପାଖରେ
ନା କେବେ ଅଟକେ ପାଦ
ଏତେ ସ୍ୱାଭିମାନ ରହି ଥାଏ ତାର
ତା ପାଖେ ତୁଚ୍ଛ ସମ୍ପଦ ।
ଆଖିରେ ଥାଏ ତା ସ୍ନେହର ବନ୍ଧନ
ମନ ହୃଦୟରେ ଭରା ସ୍ୱାଭିମାନ
ସଭିଁଙ୍କି ନିଏ କୋଳେଇ ।
ନା ତାକୁ କେ ବୁଝି ପାରଇ ।
ସ୍ବାଭିମାନ ଯଦି ବଳି ପଡି ଯାଏ
ଜୀବନ ଅସହ୍ୟ ହୁଏ
ସବୁବେଳେ ମନ ଛଟ ପଟ ହୁଏ
ହୃଦୟ ତା କାନ୍ଦୁ ଥାଏ ।
ସ୍ବାଭିମାନ ପାଇଁ ସବୁ ଯାଏ ସହି
ସ୍ବାଭିମାନ ତା ଜୀବନ
ଏଇ ସ୍ୱାଭିମାନ ପାଇଁ ଦୁନିଆରେ
ମିଳି ଥାଏ ଯେ ସମ୍ମାନ ।
ଏଇ ସ୍ୱାଭିମାନ ପାଇଁ ଦୁର୍ଯ୍ୟୋଧନ
କରି ଦେଲା ଶେଷେ ଲକ୍ଷ୍ମୀଙ୍କୁ ବର୍ଜନ
ଜାନୁ ଭଗ୍ନ ଗଲା ହେଇ ।
ନା ମଥା ଥିଲା ତାର ନଇଁ ।
ଦେଶ ସ୍ୱାଭିମାନ ପାଇଁ ଦେଶ ପ୍ରେମୀ
ଜୀବନକୁ ଦେଲେ ବଳି
ଶେଷେ ସ୍ୱାଧୀନତା ଆଣିଲେ ଆମର
ଆମେ ଅଛୁ ଆଜି ପାଳି ।
ଜାତି ସ୍ୱାଭିମାନ ରଖିଲେ ଓଡିଆ
ରଖିଲେ ଦେଶର ଟେକ
ଫର ଫର ହେଇ ଉଡୁଛି ତ୍ରିରଙ୍ଗା
ସେ ଆମ ଗର୍ବ ଗୌରବ ।
ଜାତି ସ୍ୱାଭିମାନ ଯଦି ନ ରହିବ
କିଏ କାହାକୁ ଆଉ ଆପଣା ମଣିବ
ଆମେ ଯେ ଭଉଣୀ ଭାଇ ।
ଥିବା,ଗୋଟେ ମା'ର ସନ୍ତାନ ହେଇ ।
ସ୍ବାଭିମାନ ଯଦି ନ ଥାଏ ପାଖରେ
ଜୀବନଟା ହୁଏ ବୃଥା
ବଞ୍ଚିଥାଏ ସିନା ଏଇ ଦୁନିଆରେ
ନଇଁ ଯାଇ ଥାଏ ମଥା ।
ସ୍ବାଭିମାନ ଅଟେ ସେ ଏମିତିକା ନା
କିଏ କିଣି ପାରେ ତାକୁ
ତାହାରି ନିକଟେ ନତ ମସ୍ତକ ଯେ
କ୍ଷଣିକେ ହୁଅନ୍ତି ସବୁ ।
ଆଠ ବରଷର ସେ ବାଜି ରାଉତ
ବୁଝି ଥିଲେ ସ୍ୱାଭିମାନର ମହତ୍ତ୍ଵ
ମା' କୋଳେ ପଡିଲେ ଶୋଇ ।
ଏଇ ମାଟି ଗଲା ଧନ୍ୟ ହେଇ ।
ସ୍ବାଭିମାନ ପାଇଁ ଆମେ ଯେ ବଞ୍ଚିଛେ
କହୁ ଅଛେ ଟେକି ମଥା
ଛୁଇଁ ପାରୁ ନାହିଁ ହୃଦୟକୁ କଷ୍ଟ
ଯନ୍ତ୍ରଣା ଲାଗଇ ବୃଥା ।
ସ୍ବାଭିମାନ ଯେଉଁଠି ନ ଥିବ ଜୀବନେ
ସେ ସ୍ଥାନକୁ ତ୍ୟାଗ କର
ଉପରେ ସେ ଖାଲି ଅମୃତର ଧାର
ଭିତର ପୂରା ଜହର ।
ସ୍ବାଭିମାନ ଆମ ରକତରେ ଲେଖା
ତା ପାଇଁ ଯେ ଡେଇଁ ଯିବୁ ସୀମା ରେଖା
ତା ପାଇଁ ରହିଛୁ ଜୀଇଁ ।
ଧନ୍ୟ ଏଇ ମାଟି ମା' ଭୂଇଁ ।
ଆତ୍ମ ସମ୍ମାନ ଯେ ଯେଉଁଠି ନ ଥାଏ
ସ୍ବାଭିମାନ ନଷ୍ଟ ହୁଏ
ଥରେ ସ୍ୱାଭିମାନ ନଷ୍ଟ ହେଇ ଗଲେ
ନା ଆଉ ଫେରି ଥାଏ ।
ଏତେ ବଡ ଦାନୀ ମହାବୀର କର୍ଣ୍ଣ
ଦୁର୍ଯ୍ୟୋଧନ ପାଖେ ରହି
ବଳି ପଡିଗଲା ସ୍ବାଭିମାନ ତାଙ୍କ ନା
ପାରିଲେ କାହାକୁ କହି ।
ସ୍ବାଭିମାନ ବଞ୍ଚି ରହି ଥିବା ଜିତି
ସ୍ବାଭିମାନ ଅଟେ ଆମର ସମ୍ପତ୍ତି
ତା ମୂଲ କେ ପାରେ ଦେଇ ।
ସ୍ବାଭିମାନ ଥାଏ ଯେ ନିଜର ହେଇ ।
ଜୟ ଜଗନ୍ନାଥ ।
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ମାତରମ୍ ।