STORYMIRROR

Prashanta Padhan

Romance

4  

Prashanta Padhan

Romance

ରୂପସୀ ପ୍ରିୟା

ରୂପସୀ ପ୍ରିୟା

1 min
170

ଆଷାଢ଼ ମେଘରୁ ଝରି ପଡୁଥିବ

ଟୋପା ଟୋପା ବର୍ଷାବିନ୍ଦୁ

ଭିଜୁଥିବା ଆମେ ଯୁଗଳ ବନ୍ଦୀରେ

ସତେକିବା  ନଦୀସିନ୍ଧୁ ।।

ମୁକ୍ତା ସାଜୁଥିବ ବରଷାର ଛିଟା

ତୁମ ଦେହ ପରଶରେ

ଇନ୍ଦ୍ରଦେବଙ୍କର ଇର୍ଷା ହେଉଥିବ

ତୁମ ରୂପ ଲାବଣ୍ୟରେ ।।

ଇନ୍ଦ୍ରଧନୁ ଆସି ଲୁଚି ଯାଉଥିବ

ଦେଖି ତୁମ ସୌନ୍ଦର୍ଯ୍ୟକୁ

ଅଭିଯୋଗ ସିଏ କରୁଥିବ ଯାଇ

ସରଗର   ଦେବତାଙ୍କୁ ।।

ଭିଜାମାଟି ବାସ୍ନା ଫିକା ପଡୁଥିବ

ତୁମ ଦେହ ସୁଗନ୍ଧରେ

ମଳିନ ପଡିବ ବିଜୁଳି ଚମକ

ତୁମର ସେ ଔଜ୍ଜଲ୍ୟରେ ।।

ସ୍ୱର୍ଗରୁ ଓହ୍ଲେଇ ଆସିବ ଉର୍ବଶୀ

ରୂପ ତୁମ ଦେଖିବାକୁ

ଅସହାୟ ହୋଇ ଫେରିଯିବ ସିଏ

ଇନ୍ଦ୍ରଙ୍କର  ମହଲକୁ ।।

କେଉଁ ତପସ୍ୟାର ପୁଣ୍ୟଫଳ ଯୋଗୁଁ

ପାଇଅଛି ଗୋ ତୁମକୁ

ଲାଗୁଛି ଯେମିତି ଧରି  ରଖିଅଛି

ପାପୁଲିରେ ମୁଁ ଜହ୍ନକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance