ରୂପେଲି ଚାନ୍ଦ
ରୂପେଲି ଚାନ୍ଦ
ମନ ଆକାଶର ରୂପେଲି ଚାନ୍ଦ ମୋ
ପୂର୍ଣ୍ଣମୀ ରାତିର ଜହ୍ନ
ତୋ ମମତା ମଧୁ ଢାଳି ମୋ ଜୀବନେ
ରାତ୍ରି କୁ କରିଛୁ ଦିନ।
ଜୀବନଟା ଥିଲା ଅମା ଅନ୍ଧକାର
ଢାଳି ରୂପେଲି ଜୋଛନା
ଶିତଳ ପରଷ ଦେଲୁ ମୋ ଜୀବନେ
ହସି ଉଠିଲା ଅଗଣା।
ଦରୋଟି କଥାରେ ହସୁଥିଲା ଘର
କଥାକୁହା ସୁନା ସାରୀ
ଜଗା ବଳିଆଙ୍କ ସୁଭଦ୍ରା ତୁ,ଥିଲୁ
ବାନ୍ଧି ଥିଲୁ ସ୍ନେହ ଡୋରୀ।
କୋଡ଼ିଏ ବସନ୍ତ ବିତି ଯାଇଥିଲା
ଭାବି ମୁଁ ନଥିଲି ସତେ
ବିଧାତା ବିଚାର ହୋଇଲା ଏମିତି
ଉଡି ଗଲୁ ନିଜ ଗୋତ୍ରେ।
ସବୁ ଦୁଃଖ ସୁଖ ଅସରନ୍ତି ପଥେ
ଥିଲୁ ତୁ,ମୋର ଭରଷା
ଆଖି ରୁ ଝରୁଛି ଅମାନିଆଁ ଅଶ୍ରୁ
ତୁଟାଇଲି ମନୁ ଆଶା।
ହେ, ଜଗତନାଥ ପରମ ଦୟାଳୁ
ତୁମ ପାଶେ ମୋର ଅଳି
ସୁଖମୟ ହେଉ ଦାମ୍ପତ୍ୟ ଜୀବନ
ସବୁ ଦୁଃଖ ଯାଉ ଟଳି।
ଏତିକି କାମନା କରୁଛି ମାଆ, ଲୋ
ତୋ, ଜୀବନ ସୁଖ ତରୀ
ଜୀବନ ନଦୀର ଅଥଳ ଜଳରେ
ସୁଖେ ହୋଇଯାଆ ପାରି।
