STORYMIRROR

Sunita Barik

Tragedy

3  

Sunita Barik

Tragedy

ରୂପାନ୍ତରିତ

ରୂପାନ୍ତରିତ

1 min
239

ଦିନ ଥିଲା କିଛି କହିବା ଆଗରୁ

ତୁ ବୁଝିପାରୁଥିଲୁ ମୋ ହୃଦୟର ଭାଷାକୁ

କିଛି ମାଗିବା ଆଗରୁ ଆଣିଦେଉ ଥିଲୁ

ମୋ ପସନ୍ଦର ଜିନିଷ ସବୁକୁ

ମୋ ରାଗ ରୁଷା ଅଭିମାନ

ତୋତେ ବିରକ୍ତି ନୁହେଁ ବରଂ

ଅତି ଆପଣାର ଲାଗୁଥିଲା

କେବଳ ଏତିକି ନୁହେଁ ମୋ ଆଖିରେ

କେବେ ଲୁହ ନଦବାର ପ୍ରୟାସରେ

ନିଜେ କାନ୍ଦୁଥିଲୁ ତୋ ମୁହଁକୁ ଲୁଚେଇ

କାଳେ ତୋର ଏ ଅବସ୍ଥା ଦେଖି

ମୁଁ କାନ୍ଦିବି ବୋଲି

ହେଲେ ମୁଁ ଠିକ୍ ଠ‌ଉରେଇଛି

ତୁ ବଦଳି ଯାଇଛୁ

ଅନ୍ୟମନସ୍କ ଭାବେ ବସି କ'ଣ ସବୁ ଭାଵିଯାଉଛୁ

ହେଲେ ମୋତେ ଜଣେଇ ପାରୁନୁ

ପଚାରିଲେ ନା ଉତ୍ତର ଦ‌ଉଛୁ

ନାଁ ନିଜେ କିଛି କହୁଛୁ

ଆଗଭଳି ତୋର ସେ ଭଲପାଇବା

କାହିଁ କେଉଁ ଦିନରୁ କୁଆଡେ ଉଭାନ

କେବଳ ଏତିକି କହୁଚୁ ମୋ ଠାରୁ

ଦୂରରେ ରହ

ହେଲେ କାହିଁକି?

ତୋର ଏ ନୀରବତା ମୋତେ

ଭିତରେ ଭିତରେ ଅଣନିଃଶ୍ବାସୀ କରି ଚାଲିଛି

ମୁଁ ଖୋଜି ଚାଲିଛି ତୋ

ପରିବର୍ତ୍ତନ ପଛର କାହାଣୀକୁ

ଯେ ପର୍ଯ୍ୟନ୍ତ ମୋ ପ୍ରଶ୍ନର ଉତ୍ତର

ମୋତେ ପ୍ରାପ୍ତ ନ ହୋଇଛି

ସେ ପର୍ଯ୍ୟନ୍ତ ମୋର ଅନ୍ଵେଷଣ ଜାରି ରହିବ

ହଁ ! ମନେରଖ ଏକା ତୁ ହୃଦୟ ଦେଇ

ଭଲପାଇବା ଶିଖିନୁ

ଏଥର ଦେଖ୍ ମୋ ଭଲ ପାଇବାର

ସବୁ ସୀମା ମୁଁ ଲଘିଂଯିଵି

ପ୍ରେମର ଏ ଅଗ୍ନି ପରୀକ୍ଷାରେ

ଦାଉ ଦାଉ ହୋଇ ଜଳୁଥିବା ଲେଲିହାନ ଶିଖା

ଭିତରୁ ମୋ ପ୍ରେମ ଉଜ୍ଜ୍ୱଳ ଚିକ୍ ମିକ୍

ହୀରା ଭଳି ଉତ୍ତିର୍ଣ୍ଣ ହୋଇ ଫେରିବ ।


Rate this content
Log in

Similar oriya poem from Tragedy