STORYMIRROR

Nirupama Bhattamishra

Abstract Others

3  

Nirupama Bhattamishra

Abstract Others

ରୂପ ରୂପାନ୍ତର

ରୂପ ରୂପାନ୍ତର

1 min
244

ତମେ କହିଲ

ଚୂପ ହୋଇ ରହିବା ଶିଖ

ଏତେ ପ୍ରଗଳ୍ଭତା

ଭଲ ଲାଗେନା ତମକୁ

ଚୂପ ହୋଇଗଲି ସେଦିନଠୁ

ଚୂପ କରିଇଦେଲି

ଅଣାୟତ କାଳଜୟୀ ଇଛା ମାନଙ୍କୁ

ସହସ୍ର ଯୁଗରୁ

ମୋ ଭିତରୁ

ରହି ରହି ଶୁଭୁ ଥିବା ପ୍ରତିବାଦ ମାନଙ୍କୁ ।

ଶବ୍ଦଙ୍କ କାନ୍ଧରେ ମୁଣ୍ଡରଖି

ଜିଇଁ ଗଲି କିଛିକାଳ

ତମେ କହିଲ

ଏତେ ପ୍ରବଣତା

ଭଲ ଲାଗେନା ତମକୁ

ମନକୁ ବୁଝେଇଦେଲି

ବୋଲକରା ନିର୍ବୋଧ ଶିଶୁଟେ ପାଲଟିଗଲି ।

କର୍ତ୍ତବ୍ୟର ଦ୍ୱାହି ଦେଇ

ମୋ ପାରିଲାପଣକୁ ବୁହାଇଦେଲା ପରେ

ସମୟର ଉଜାଣି ସୁଅରେ

ଭାଙ୍ଗୁ ଭାଙ୍ଗୁ ଯୋଡି ହୋଇଗଲି...

ଏବେ କହୁଛ

ବୋକୀଟେ

ଠିକରେ ଚାଲି ଶିଖିପାରିଲାନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract