Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ରୁଷିଛି ବରଷା ରାଣୀ

ରୁଷିଛି ବରଷା ରାଣୀ

1 min
236


ଜଳ ସଙ୍କଟ ଏବେ

ସର୍ବତ୍ର ଦେଖାଗଲାଣି

ନଦୀ ଓ ଝରଣା ସବୁ 

ମୃତ ପ୍ରାୟ ହେଲାଣି

ବୃଷ୍ଟିପାତ ଆଉ

ଆଗ ଭଳି ହେଉନି

ଏବେ ରୁଷିଛି

ଆମ ବରଷା ରାଣୀ 

ଜଳବାୟୁ ପରିବର୍ତ୍ତନ ହେଲାଣି

ବରଷା ଋତୁ ଯେ 

ସତେ ଆମକୁ ମେଲାଣି ଦେଲାଣି

ଆଗ ପରି ମା' ବରଷା ରାଣୀ

ଆଉ ବରଷା ଋତୁରେ

ସେତେ ବର୍ଷା ଜଳ ଦେଉନି

ସତେ କି ରୁଷିଛି ଆମ ବରଷା ରାଣୀ ।


 ବରଷା ରାଣୀ ର ଆଉ

 ଜଳବାୟୁରେ ଭରସା ପାଉନି

 ବୃକ୍ଷ ରାଜି ସବୁ ଧ୍ଵଂସ ହେଲାଣି

 ଜଙ୍ଗଲ ସମୂହ 

ପାଲଟିଲେ ପଦା ମଶାଣି

 ଜଙ୍ଗଲ ଜନ୍ତୁ ସଭିଏଁ ଧ୍ଵଂସ ହେଲାଣି

 ଜଙ୍ଗଲ ପାହାଡ ଲାଗେ ଖାଁ ଖାଁ 

 ଖାଁ ଖାଁ ଲାଗେ ଆମ ଗାଁ ମାଟି ମା'

 ନଦୀ,ହ୍ରଦ,ଝରଣା ଆଦି ଶୁଖି ଗଲାଣି

 ଭୂତଳ ଜଳ ସ୍ତର କମି ଗଲାଣି

 ମେରୁ ଅଞ୍ଚଳୁ ବରଫ ତରଳି ଲାଣି

 ପରିବାର ପରିବେଶ 

 ସବୁ ଉଜୁଡି ଗଲାଣି

 ସେ ପାଇଁ ଆଜି

 ରୁଷିଛି ଆମ ବରଷା ରାଣୀ ।

  

 ଋତୁ ଚକ୍ର ଜଳ ଚକ୍ର 

 ପରିବର୍ତ୍ତିତ ହେଲାଣି

 ବୃକ୍ଷ ଛେଦନ ଜଙ୍ଗଲ କ୍ଷୟ

 କଳକାରଖାନାର ଅଭ୍ୟୁଦୟ

 ଯାନବାହାନର ବୃଦ୍ଧି

 ପରିବେଶକୁ ପ୍ରଦୂଷିତ କଲାଣି

 ଅଦିନେ ବରଷା

 ଅଦିନେ ବାତ୍ୟା

ଅଦିନେ କାଳବୈଶାଖୀ ହେଲାଣି

 ଭୂମିକମ୍ପ ପ୍ରାକୃତିକ ବିପର୍ଯ୍ୟୟେ

 ଏ ଧରଣୀ ବୁକୁ ଥରିଯାଏ

 ରୋଗ ଶୋକ ବ୍ୟାଧିରେ 

 ଏ ମଣିଷ ଜାତି 

ଡରି ମରି ବଞ୍ଚୁଛି ପୁଣି

 ଏ ସବୁ ଅନିୟମିତତା ପାଇଁ

 ଆମ ପ୍ରକୃତିର ଗେହ୍ଲେଇ ରାଣୀ

 ଆଜି ରୁଷିଛି ଆମ ବରଷା ରାଣୀ ।


  ପ୍ରକୃତି ମାତା ଆମ ପ୍ରକୃତି ରାଣୀ

  ମଣିଷ ଜାତି ତାକୁ

  ଦିନୁଁ ଦିନ ଧ୍ଵଂସ କଲାଣି

  ଖଣି ପାଣି ଜମି ଜଙ୍ଗଲ

  ସବୁକୁ ଧ୍ଵଂସ ମୁଖକୁ

  ଏ ସଭ୍ୟ ମାନବ ଠେଲି ଦେଲାଣି

  ବନ୍ୟ ପ୍ରାଣୀଙ୍କ ମଧ୍ୟେ

  ହା ହା କାର ପଡିଗଲାଣି

  ସେମାନଙ୍କ ବଞ୍ଚିବାର ରାହା

  ପ୍ରାୟତଃ ଶେଷ ହେଲାଣି

  ଓଜୋନ୍ ସ୍ତରରେ ଫାଟ ହେଲାଣି

  ବାୟୁମଣ୍ଡଳ ଅଙ୍ଗାରକାମ୍ଳ 

  ବାଷ୍ପରେ ପରିପୂର୍ଣ୍ଣ ହେଲାଣି

  ମିଥେନ୍, ସଲଫର୍ ଆଦି ବିଷାକ୍ତ

  ବାଷ୍ପରେ ବାୟୁମଣ୍ଡଳ ଆମ

  ପରିପୂର୍ଣ୍ଣ ଟି ପୁଣି

  ଯୁଦ୍ଧ ବିଭୀଷିକା ରଚି

  ଏ ମଣିଷ ଜାତି

  ପରିବେଶକୁ ଆମ ବିଗାଡି ଦେଲାଣି

  ଏତାଦୃଶ କାର୍ଯ୍ୟକଳାପ ମାନ

  ମଣିଷ ଜାତିର ଦେଖି

  ରୁଷିଛି ଆମ ବରଷା ରାଣୀ । 


Rate this content
Log in

Similar oriya poem from Abstract