ଋତୁରାଜ ବସନ୍ତ
ଋତୁରାଜ ବସନ୍ତ
ଆସିଛି ପରା ବସନ୍ତ
ଶୀତର ହେଉଛି ଅନ୍ତ
ସକାଳ ତଥାପି କରେରେ ଆଫତ
ଯନ୍ତ୍ରଣା ଦେଉଛି ଅତି
ନାହିଁରେ ଶୀତର ପ୍ରୀତି
କିରଣ ସୂରୁଜ ପଡୁଛିରେ ଅତି।
ମଳୟ ମୃଦୁ ପ୍ରବାହିତ,
ରମାଞ୍ଚିତ ମନ ହୃଦ ଆନନ୍ଦିତ।
ପତ୍ର ଗଛରୁ ପଡୁଛି
ନୂଆ ପତ୍ର ବି ଦିଶୁଛି
ପରା ଆମ୍ବ ବୃକ୍ଷରେ ବଉଳ ଦିଶୁଛି
ସୁଗନ୍ଧିତ ତା'ର ବାସ୍ନା
ଚନ୍ଦ୍ରର ତହିଁରେ ଜ୍ୟୋସ୍ନା
ଦେଉଛିରେ ସନ୍ଦେଶ ବସନ୍ତ ଆସିଛି
ଅମ୍ଳଜାନରେ ବହୁଛି,
ବସନ୍ତ ପବନଟି ସ୍ବାସ୍ଥ୍ୟ କରୁଛି।
ପରିବେଶ ତା' ସୁନ୍ଦର
ନାହିଁ ତା'ର ପଟ୍ଟାନ୍ତର
ବନ୍ଧୁରେ ଶୀତ ପରେ ବସନ୍ତ ଆସିଛି
କବିତା କବି ଲେଖୁଛି
ପରିବର୍ତ୍ତନ ବର୍ଣ୍ଣୁଛି
ନାହିଁ ତା' ବିଶ୍ରାମ ଧ୍ୟାନେ ପରା ରହିଛି।
ପକ୍ଷୀ ରାବ ତାକୁ ମୋହୁଛି
ପ୍ରକୃତି ଦୃଶ୍ୟକୁ ସେ ସାକ୍ଷାତେ ଦେଖୁଛି।
ପାରିବ କିଏବା ବର୍ଣ୍ଣି
ତା'ର କିଏ ହେବ ଗୁଣି
ଏହୁରେ ଋତୁରାଜ ବସନ୍ତ ଆସିଛି
ଖୁସି ଅପୂର୍ବ ଦେଉଛି
ଋତୁ ବସନ୍ତ ଆସିଛି
ଦୃଶ୍ୟ ନୂଆ ନୂଆ ଋତୁରାଜ ସାଜିଛି।
ଋତୁ ଅନୁଭବ ହେଉଛି
ନାଚୁଛିରେ ମୟୂର କୋଇଲି ଗାଉଛି।
