STORYMIRROR

Sanuja Meghamala

Abstract

3  

Sanuja Meghamala

Abstract

ଋତୁ ଆସେ ଋତୁ ଫେରେ

ଋତୁ ଆସେ ଋତୁ ଫେରେ

1 min
249


ଶୀତ ଟା ଧୀରେ ଆସିଛି

ନୂଆ ବୋହୂ ପରି ପାଦ ଚିପି

କୁଆଁର ପୁନେଇଁ ରାତିର

ଚାନ୍ଦ ବନ୍ଦାପନା ଡାଲା ରେ

ଟୋପା ଟୋପା କାକର ବିନ୍ଦୁ ରେ

ଗାଆଁ ଶେଷ ମୁଣ୍ଡ ଗୋହରୀ ରେ

ଦେହ ଥରେଇ ଦେଉଥିବା 

ହେମାଳ ପବନ ରେ

ପାଟ ବିଲ ଧାନ କିଆରୀରେ

ଆକାଶର ଜହ୍ନକୁ ଲୁଚେଇ

ଘନ କୁହୁଡ଼ି ର ବହଳ ଆସ୍ତରଣ ଭିତରେ ।


ଶୀତ ଟା ହସୁଛି  

କାହା ରାଜସ୍ଥାନୀ ରେଜାଇ,

କାଶ୍ମୀର କମ୍ବଳ, ଟୋପି, ଶାଲ୍

 ଜାକେଟ୍ ର ଉଷୁମ ଭିତରେ

ରାତିର ମିଠା ମିଠା ରଙ୍ଗୀନ୍ ସ୍ଵପ୍ନ ରେ

ଅଳସ ସକାଳ ର କଅଁଳ ସୂର୍ଯ୍ୟ କିରଣ ରେ

ବଗିଚାର ଜାତି ଜାତି ଫୁଲ ପାଖୁଡ଼ା ରେ ।


ଶୀତ ପରିହାସ କରେ

ଦୁଃଖି ଟି ର ଭଙ୍ଗା କୁଡ଼ିଆ କୁ,

ଯିଏ ସଜାଡି ରଖୁଛି ସାତ ସିଆଁ କନ୍ଥା ଖଣ୍ଡେ

ବର୍ତ୍ତିବାକୁ ହାଡ ଥରା ଶୀତର ପ୍ରକୋପ ରୁ 

ନିଆଁ ଟିକେ ଜାଳି ଦେଇ ହାତ ପାଦ କୁ ସେକି

 କେତେ ରାତି କଟାଏ ଉଜାଗର ରେ

ହିସାବ ସେ ରଖି ପାରେ ନାହିଁ,

ଖଟିଖିଆ ମଣିଷ ରକ୍ତକୁ ନିଗାଡି

ଦିନ ବିତାଇ ଦିଏ ଫୁଙ୍ଗୁଳା ଦିହରୁ

ବିନ୍ଦୁ ବିନ୍ଦୁ ଝାଳ ନିଗାଡି ଦେଇ।


ଋତୁ ଆସେ ଋତୁ ଫେରେ

ଛାଡିଯାଏ ସ୍ମୃତି ସମ୍ଭାବନା

 ସୁଖ ଦୁଃଖ ହସ ଲୁହ ଭରା 

 ଚିହ୍ନ କେତେ ଆପଣା ର ।








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract