ରତ୍ନାକର ଚଂପୂ (ଜ)
ରତ୍ନାକର ଚଂପୂ (ଜ)
ରତ୍ନାକର ଚଂପୂ
ଚୌପଦୀ ରତ୍ନାକର
ଜ
ରାଗ ତୋଡି
ଜଳମୟନା ଜାତି କେୈଡେ କରବଶ ଗୋ,
ଜୀଇ ଥାଇଁ ଜାହା ଜାଣି ପ୍ରୀୟଜନ କଳେଶ ଗୋ (ପଦ)
ଜମ୍ଭାରାତିନୀଳଅଙ୍ଗ ଦୁଃଖଜଳେ ବୁଡୀ ଗୋ,ଜର୍ଜର ତମାଳଦଳ ପରି ଝଡିପଡି ଗୋ
ଯାଉଛି ଜମି ଧରା ପରାଗରେ, ଯା ଉଚିତ ତା ନ ଲଭିବାରେ , ଜାଣିଶୁଣି କର୍ଣ୍ଣେ
ଲୋଚନେ ନାହିଁ,ଜହର ଯାହା ଗିଳିଲଇଁ ନାହିଁ (1)
ଜପିଲେ କୋଟି କଳପ ସୁରସର ତୀରେ ଗୋ,ଯା ଟରଣେ ଚୁମ୍ବଦେବା
ସୁରତୀରେ ଗୋ, ଜଗଦିଶ କି ନକରନ୍ତି ସତେ ,
ଜପିଲେ ହେଲେ ଆମ୍ଭଙ୍କୁ ନିରତେ,ଜଳ୍ପିଲେ ଚାଟୁ ନବିଚାରି ଉଣା,
ଜନମୁଁ ନାହିଁ ମାନସେ କରୁଣା (2)
ଜଗତ ଜୀବାତୁ ସେ ଜଙ୍ଗମନୀଳମଣି ଗୋ,
ଜଟାଧରପରଜ୍ୱରେ କମ୍ପୁଛନ୍ତି ପଣି ଗୋ,
ଯାଇ ଜାକି ଧରିବା କି ଯତନେ,
ଜାଗରୂକ ହୋଇ ଜମାଇ ସ୍ତନେ,
ଜନେ ହସିଲେ ହସିବେ ଜଗତେ,
ଜୀବନ କି ଦୁଃଖ ପାଇଲେ ସତେ (3)
ଜନ୍ମାନ୍ତରମାନଙ୍କର ସୁକର୍ମ ବଳରେ ଗୋ,
ଜନ୍ମସିନା ମାତ୍ର ନନ୍ଦସୁନ୍ଦରୀ କୋଳରେ ଗୋ,
ଜୂରାଇ ଘର ଗୋରସ ସମ୍ପତି ,
ଜନ୍ଜାଳିଲେ ଆମ୍ଭେକରି ସମ୍ମତି,
ଜଳପିବାକୁ ଏବେ ନାହିଁ ବଳ,
ଜଗି ପାରିଲାଇଁ ନାହିଁ ଏ କାଳ (4)
ଜ୍ୟାଗିର୍ବାଣ କବିରବି ରାୟଗୁରୁ ଭଣେ ଗୋ,
ଯାହାକଲେ ଗୋପକୁ ଦନୁଜ ଜନେ ଜନେ ଗୋ,
ଜୀବନଜନେତ୍ର ଥିବାରୁ ସିନା,
ଜଣା ନୋହିଲା ସେ ଭୟବାସନା,
ଜିଣିବାକୁ ହେଲେ ସେ ଉପକୃତି,
ଯାଇଁ ସୁଝିଲାଇଁ ନାହିଁ ଝଟତି (5)
କବି ସୂର୍ଯ୍ୟ ବଳଦେବ ରଥ