Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ରଥଯାତ୍ରା

ରଥଯାତ୍ରା

1 min
254



ଆଷାଢ଼ ମାସର ଶୁକଳ ଦ୍ୱିତୀୟା

ରଥଯାତ୍ରା ମହାପର୍ବ

ପୁରାଣ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀର

ଲୀଳା ଅନୁପମ ଦିବ୍ୟ ।


ବିଧି ବିଧାନରେ ନିର୍ମିତ ହୁଅଇ

ପ୍ରତିବର୍ଷ ତିନି ରଥ

ନାଲି ନୀଳ କଳା ହଳଦୀ ବର୍ଣ୍ଣର

ବସ୍ତ୍ରେ ହୁଏ ସୁସଜ୍ଜିତ ।


ନନ୍ଦିଘୋଷ ରଥେ ସାରଥି ଦାରୁକ

ରକ୍ଷକ ସ୍ୱୟଂ ଗରୁଡ଼

ମାତଳୀ ସାରଥି ତାଳଧ୍ଵଜ ରଥେ

ରକ୍ଷପାଳ ବାସୁଦେବ ।


ଦେବଦଳନରେ ଅର୍ଜୁନ ସାରଥି

ଜୟଦୁର୍ଗା ଅଧିଷ୍ଠାତ୍ରୀ

ଗଙ୍ଗା ଓ ଯମୁନା ମହାଦେବୀ ଦ୍ୱୟ

ଦ୍ୱାର ରହିଥାନ୍ତି ଜଗି।


ଗୋଟି ପହଣ୍ଡିରେ ବିଜେ ହୋଇଥାନ୍ତି

ଜଗନ୍ନାଥ ବଳଦେବ

ଶାୟିତ ପହଣ୍ଡି କରନ୍ତି ସୁଭଦ୍ରେ

ଦିବ୍ୟ ଚକ୍ର ସୁଦର୍ଶନ ।


ତାମ ଯାନେ ବସି ବୀର ଗଜପତି

ଆସନ୍ତି ମୁଖ୍ୟ ସେବକ

ବିଧି ବିଧାନରେ କରିଥାନ୍ତି ସେବା

ମାର୍ଜନୀ ଧରି ସ୍ୱହସ୍ତ ।


ପୂଜା ନଇବେଦ୍ୟ ଅର୍ପଣ ପୂର୍ବକ

କରିଥାନ୍ତି ଭକ୍ତି ସ୍ତୁତି

ଜଗତ କଲ୍ୟାଣ କାରଣ ନିମନ୍ତେ

ପ୍ରଣମନ୍ତି ମଥା ପାତି ।


ବଡ଼ ଦାଣ୍ଡେ ରଥ ଚଳଇ ଉତ୍ତରେ

ଏକକୋଶ ଦୀର୍ଘ ପଥ

ବାଟରେ ପଡଇ ମାଉସୀ ମନ୍ଦିର

ଦରଶନ ଭେଟଘାଟ ।


ଶରଧା ବାଲିରେ ଗୁଣ୍ଡିଚା ମନ୍ଦିର

ଜନ୍ମସ୍ଥଳୀ ବ୍ରହ୍ମବେଦୀ

ସାତଦିନ ପ୍ରଭୁ ରହନ୍ତି ସେଇଠି

ଚାଲେ ଗୁହ୍ୟ ନୀତି କାନ୍ତି ।


ଦଶମୀ ତିଥିରେ ବାହୁଡ଼ା ବିଜୟ

ପ୍ରଭୁଙ୍କର ସୁନାବେଶ

ଶ୍ରଦ୍ଧାଳୁ ଭକ୍ତଙ୍କ ଲାଗଇ ଗହଳି

ଦର୍ଶନେ ମିଳଇ ମୋକ୍ଷ ।


ଲକ୍ଷ ଲକ୍ଷ ଲୋକ ହୋଇଥାନ୍ତି ରୁଣ୍ଡ

ଟାଣନ୍ତି ରଥ ଦଉଡ଼ି

ରଥରେ ବାମନ କରିଲେ ଦର୍ଶନ

ଯମ ଦଣ୍ଡ ଯାଏ ଛାଡି ।


ଗୈ।ରବ ଉଜ୍ଜ୍ବଳ ଆମ ପରମ୍ପରା

ଶ୍ରୀ ଜଗନ୍ନାଥ ସଂସ୍କୃତି

ବ୍ରହ୍ମ ପଦ୍ମ ସ୍କନ୍ଦ କପିଳ ସଂହିତା

ଗାଏ ଘୋଷ ଯାତ୍ରା ସ୍ମୃତି ।

  



Rate this content
Log in

Similar oriya poem from Classics