ରୋଗ ଚିରକାଳଶୈଶବ ପ୍ରୌଢାବସ୍ଥା ଯା
ରୋଗ ଚିରକାଳଶୈଶବ ପ୍ରୌଢାବସ୍ଥା ଯା
ରୋଗ ଚିରକାଳ
ଶୈଶବ ପ୍ରୌଢାବସ୍ଥା ଯାଏ
ମୋତେ ଲାଗିରହିଛି ରୋଗ
ଭିନ୍ନ ତାର ଲକ୍ଷଣ
କରିଦେବ ଅକର୍ମଣ୍ୟ
ଔଷଧ ଭରସାରେ ଚାଲିଛି ଜୀବନ
ଏଥୁରେ ମୁଁ କାହାକୁ ଦେବି କଣ ?
ସାଧବ ବୋହୂର ନିଷ୍ପାପ ସହରେ
କାଶଙଡୀର ଶୋଭା ସୌଦଂର୍ଯ୍ୟରେ
ଅନଂତ ଯୌବନା ମୌସୁମୀର ଅବେଗସିକ୍ତ ପଦାର୍ପଣରେ
ବନ୍ୟ ମୟୂରୀର ରିମ୍ଝିମ୍ ନୃତ୍ୟରେ
ଝାଉଁବଣର ହରିକରଣରେ
କିଛିଟା ଉପଶମ ହୁଏ ରୋଗ- ଥମେ ପଂତ୍ରଣା
ଏ ପ୍ରାକୃତିକ ଉପାଦାନ ନୁହଂତି ଚିରସ୍ଥାୟୀ
ସୁତରାଂ ରୋଗ କମିବନି ପୁରା
ସାମୟିକ ରିହାତିରେ ଉତ୍ଫୁଲ୍ଲିତ ହୋଇ
ମୁଁ ହଜିଯାଏ ଝରାଶେଫାଳୀର ମୃଣ୍ମୟୀ ମାୟାରେ
ସଦ୍ୟତା ସୀମଂତିନୀର ସିଂଦୁର ଛାୟାରେ
ପୁଖଲ ପ୍ରିୟାର ମୌସୁମୀସିକ୍ତ ପଣତକାନିରେ
କେବେ ନିଷ୍କୃତି ଏ ଯମପଂତ୍ରଣାରୁ ?
ଖୋଜି ପାଏନି ଉତ୍ତର ସକାଳରୁ ସଂଧ୍ୟା- ଗୋଧୂଳିରୁ ପ୍ରଭାତ
ହେ ଇଶ୍ବର- ମୁକ୍ତି ଦିଅ ନୋତ ଏ ଜୀବନବ୍ୟାପୀ ରୋଗରୁ
ନିୟମିତ ଔଷଧ ସେବନରୁ- କର୍ମଙ୍ଗୁଡର ଅମାପ କଷଣରୁ ।
