STORYMIRROR

Geetanjali Prusty

Abstract

4  

Geetanjali Prusty

Abstract

ରଙ୍ଗର ପସରା ଅଳସୀ

ରଙ୍ଗର ପସରା ଅଳସୀ

1 min
222


ଅଳସୀ ଫୁଲର ଅଳସ ସଙ୍ଗୀତ

ଗାଇ ଯାଏ ମଧୁଗୀତି

ଭରା ସମ୍ମୋହନ ସୌନ୍ଦର୍ଯ୍ୟ ସୁଷମା 

ଫୁଲେ ଫୁଲେ ଭରି ପ୍ରୀତି

ସ୍ନିଗ୍ଧ ସକାଳର ଅମୃତ ପରଶେ

ରଙ୍ଗର ପସରା ମେଲି

ଅସୁମାରୀ ଶୋଭା ପୁଲକିତ କରେ 

ଦିବ୍ୟତା କି ଯାଏ ଖେଳି

ମାଟିର ମମତା ମାଆର ବନ୍ଧନ

ଚୁପି ଚୁପି ଯାଏ କହି

ମୋ ଜନମ ଭୂଇଁ ମର୍ତ୍ତ୍ୟର ସରଗ

ଆଉ ଅବା ଅଛି କାହିଁ l


Rate this content
Log in

Similar oriya poem from Abstract