ରଙ୍ଗର ପସରା ଅଳସୀ
ରଙ୍ଗର ପସରା ଅଳସୀ
ଅଳସୀ ଫୁଲର ଅଳସ ସଙ୍ଗୀତ
ଗାଇ ଯାଏ ମଧୁଗୀତି
ଭରା ସମ୍ମୋହନ ସୌନ୍ଦର୍ଯ୍ୟ ସୁଷମା
ଫୁଲେ ଫୁଲେ ଭରି ପ୍ରୀତି
ସ୍ନିଗ୍ଧ ସକାଳର ଅମୃତ ପରଶେ
ରଙ୍ଗର ପସରା ମେଲି
ଅସୁମାରୀ ଶୋଭା ପୁଲକିତ କରେ
ଦିବ୍ୟତା କି ଯାଏ ଖେଳି
ମାଟିର ମମତା ମାଆର ବନ୍ଧନ
ଚୁପି ଚୁପି ଯାଏ କହି
ମୋ ଜନମ ଭୂଇଁ ମର୍ତ୍ତ୍ୟର ସରଗ
ଆଉ ଅବା ଅଛି କାହିଁ l
