ରଙ୍ଗ
ରଙ୍ଗ
ନବ ଯୌବନରେ ଏଇ କୁଆଁରୀ ମନ
କେତେ ରଙ୍ଗରେ ଭିଜି ଦେଖେ ସପନ ।
ହୃଦୟେ ଉଛୁଳା ମାରେ
ଯେବେ ଭାବ ତରଙ୍ଗ ,
ଶିହରଣ ଭରି ନାଚେ
ସୁକୁମାରୀ ଶିରୀଅଙ୍ଗ ।
ସାତ ରଙ୍ଗ ଧରି ତାର ହସ୍ତ ଆଞ୍ଜୁଳାରେ
କାମନା ଲୁଚାଇ ତାର ମନ ମଞ୍ଜୁଳାରେ ।
ବୋଳିବାକୁ ବଢ଼େ ଧୀରେ
ମନର ମଣିଷ ଗାଲରେ
ପୀରତି ର ଗାଢ଼ ରଙ୍ଗ
ରଙ୍ଗ ଦୋଳ ର ଆଳରେ ।
କେବେ କହିପାରି ନାହିଁ ବୋଲି ପ୍ରିୟତମ ଆଗେ
ମନର ଗୋପନ ଭାଷା ଖୋଲିକରି ଅନୁରାଗେ ।
ଛୁଇଁ ପ୍ରିୟତମ ଦେହ
କହିବ ମଉନେ ମଉନେ
ପ୍ରେମର ଗୋପନ ଭାଷା
ଠାରି ନୟନେ ନୟନେ ।
ଛାତି ତଳୁ କାଢି ସବୁ ଭାବନା ସବୁ କାମନା
ଅଞ୍ଜଳିରେ ସଜ୍ଜିତ ରଙ୍ଗ ଯାକ, ବାହାନା ସିନା ।
ଲେପିଦେଲା ମାତ୍ରେ ରଙ୍ଗ
ଚାରି ନୟନର ଚାହାଣି
ସ୍ଥିର ଅପଲକ ହୋଇ
ରଚିଗଲା ପ୍ରେମ କାହାଣୀ ।