STORYMIRROR

Hrushikesh Satpathy

Abstract

3  

Hrushikesh Satpathy

Abstract

ରଙ୍ଗ ସପନ

ରଙ୍ଗ ସପନ

1 min
408

ଓଠର ହସରେ ଅସରା ଶ୍ରାବଣ

   ଆଖିର ନିର୍ଲିପ୍ତ ହସ,

ମମତାର ହସ  ମହକି ମହକି

   ମନକୁ କରେ ସରସ ।


ଫୁଲର ହସରେ ପ୍ରଜାପତି ଉଡେ

   ନିଆରା ତା' ନିଜ ପଣ,

ହସରେ ରହିଛି  ସୁଖର ସପନ

   ଗୋଟି ପଣେ ଶୁଦ୍ଧ ମନ ।


ଶିଶୁର ହସରେ ନିରୀମାଖି ପଣ

   ସରଳ ସରଳ କଥା,

ସହଜ ସହଜ  ଶିଶୁର ମନଟି

   ନଥାଏ ତ ଆବିଳତା ।


ମାଆର ହସ ତ ଅମୃତ ସମାନ

   ମମତାମୟୀ ଜନନୀ,

ଖିଏ ହସ ତାର ଭରି ଦେଇଯାଏ

  କୋଟି ଲାବଣ୍ୟ କାହାଣୀ ।


ଧାରେ ହସ ଦିଏ ଦୁଃଖ ଦରିଆକୁ

   ଜୀବନ ପଥରୁ ଧୋଇ,

ହସରେ ହସରେ ଜୀବନକୁ ଦିଏ

   ରଙ୍ଗ ସପନ ସଜେଇ ।


Rate this content
Log in

Similar oriya poem from Abstract