STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ରଙ୍ଗ ଓ ପ୍ରିୟା

ରଙ୍ଗ ଓ ପ୍ରିୟା

1 min
206

ତୋର ଗାଲରେ ଗୋଲାପୀ ରଙ୍ଗ

ତୋର ଓଠ ତଳେ ଟିପେ ଦାଗ

ତୋର ଓଠରେ ଫଗୁଣ ହସେ

ଆଖିରେ ତୋ ଘନନୀଳ ରଙ୍ଗ। 


ତୋର ଘନ କଳା ଲମ୍ବା ବେଣୀ

ନିଶା ଭରା ତୋର ସେ ଚାହାଣି

ତୋ ମୁହଁରେ ଗାଢ଼ ନାଲି ରାଗ

ଜାଳିଦିଏ ମୋ ମନ ଜାଳେଣୀ। 


ତୋର ବିନ୍ଦୁଏ ନାଲି ଟିକିଲି

ମୋର ମନଟା ଯାଏ ଚହଲି

ତୋର ହଳଦୀ ଓଢଣୀ ତଳେ

ହଜେ ମୋ ଜୀବନ ଚୋରାବାଲି। 


ତୋର ଅଭିମାନ ରଙ୍ଗ ଥରେ

ଲାଗିଗଲେ କଥା ସବୁ ସରେ

ତୋତେ ମନେଇବି ବୋଲି ପ୍ରିୟା

ସବୁଥର କାନ ମୋର ଧରେ।


ତୋର ସାତରଙ୍ଗୀ ପ୍ରେମ ଯେବେ

ଛୁଇଁଯାଏ ମୋର ପ୍ରାଣ ତେବେ

ଶତ ଚାନ୍ଦିନୀର ସିତ ଝରେ

ଏ ଜୀବନେ ଯେତେ ଜ୍ବାଳା ଲିଭେ।


ତୋର ହଳଦୀ ମଖା ମୁହଁରେ 

ଯେବେ ପ୍ରୀତିର ସୁରଙ୍ଗ ଝରେ

ମୋର ବୈଶାଖୀ ହୃଦୟ ତୀରେ 

ରଙ୍ଗ ବେରଙ୍ଗର ଫଗୁ ଝରେ। 


ତୁ ମୋ ରଙ୍ଗର ପସରା ବୋଲି 

ମୋର ହୋଲି ଆଉ ଦୀପାବଳି

ତୁ ହସିଲେ ଜୀବନ ଝରେ

ଲୁହରେ ତୋ ଯାଏ ସବୁ ସରି। 


ତୁ ମୋ ବିଚିତ୍ରବର୍ଣା ନାୟିକା

ତୋ ଠୁ ଆରମ୍ଭ ଆମ ନାଟିକା

ତୁ ଅଛୁ ବୋଲି ସ୍ଥିତି ମୋର

ସ୍ଥିର ଜୀବନ ଠାରୁ ଜୀବିକା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance