Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Tragedy Action

4.5  

Prahallad Sahoo

Abstract Tragedy Action

ରକ୍ତତୀର୍ଥ ଇରମ

ରକ୍ତତୀର୍ଥ ଇରମ

1 min
376



ହେ ପୂଣ୍ୟଭୂମି, ହେ ବୀରଭୂମି 

ଉତ୍କଳ ମାତାର ଶହୀଦଭୂମି 

ଗମେଇ ନଦୀ କୂଳେ ତୁ ଇରମଭୂମି 

ତୋ କୋଳେ ଜନମି

ତୋ କୀର୍ତ୍ତିରାଜି କେମିତି ଭୁଲି ମୁଁ ଯିବି !


ଦିଅଁ ନାହିଁ କି ଦେବତା ନାହିଁ 

ତୋ ପୃଷ୍ଠଭୂମି ମହାସଙ୍ଗମର ତୀର୍ଥଭୂମି 

ଦୀପ ଧୂପ ପୁଷ୍ପ ଲୋଡା ନାହିଁ 

ସେ ତୀର୍ଥେ ସାହସ ଓ ବୀରତ୍ବର ଜଳେ ବହ୍ନି।


ତୁ ନୁହେଁ ସେ ତ୍ରିବେଣୀ ସଙ୍ଗମ 

ତୁ ନୁହେଁ ଦ୍ବାରିକା, ଶ୍ରୀକ୍ଷେତ୍ର, ବଦ୍ରିକାଶ୍ରମ 

ଗମେଇ ନଦୀ ଧାରେ ତୋ ଜନ୍ମ 

ତୋ ରେଣୁ ଟିକକ ତୀର୍ଥଭୂମି ସମ ସ୍ବର୍ଗଧାମ ।


ହାରିବୁ ନାହିଁ ମରିବୁ ପଛେ 

    ଛାଡିବୁ ନାହିଁ ତଡିବୁ ତତେ

କରୁଥିଲେ ପ୍ରଜାମେଳି ସର୍ବେ 

    ଫିରିଙ୍ଗ ଶାସନ ବିରୁଦ୍ଧରେ।


ସ୍ବାଧୀନତା ଆମ ଜୀବନର ସ୍ବଅଧିକାର 

ବଳିଦାନ ଦେଇ ଆମେ କରିବୁ ସାକାର।


ସେପ୍ଟେମ୍ବର ଅଠେଇଶ ଉଣେଇଶ ସହ ବୟାଳିଶ

ଇରମ ମାଟିର ମେଲଣ ପଡ଼ିଆ ସେହି 

ଚାଲିଥିଲା ସଭା ତଡିବାକୁ ନୃଶଂସ ବ୍ରିଟିଶ ଶାସକ 

ଖବର ପାଇ ଫୌଜ ଆସିଲେ ଧାଇଁ।


ମାଛି ଅନ୍ଧାରରେ ସଂଧ୍ଯା ସାଢ଼େ ଛଅଟା ବେଳେ 

କ୍ରୁର ବ୍ରିଟିଶ ଫଉଜ ଅତର୍କିତ ଗୁଳି ବର୍ଷା କଲେ।

ତିନି ପାଖ ଥିଲା ବନ୍ଦ ଏକ ପାଖ ଥିଲା ଖୋଲା 

ସେହି ପଥେ ଖାଲି ଆର୍ତ୍ତନାଦ ଚିତ୍କାର ଶୁଭୁଥିଲା।


ଫୁଟୁଥିଲା ଗୁଳି, ଦେଇଥିଲେ ପ୍ରାଣବଳି 

ପରୀ ବେଓ୍ବା ସଙ୍ଗେ ଅଣତ୍ରିଶ ବୀର ହେଲେ ଶହୀଦ 

ରକ୍ତ ରଞ୍ଜିତ ଇରମ ମାଟି ଝୁରୁଥିଲା ବିପ୍ଳବୀ 

ଶହୀଦ ବୀର ମୁଖେ ଶୁଭୁଥିଲା ଭାରତ୍ ମାତା କି ଜୟ !


ଯେତେଦିନ ଯାଏ ସୂର୍ଯ୍ଯ ଚନ୍ଦ୍ର ତାରା ଥିବ

ଏହି ପୂଣ୍ଯଭୂମି ଇରମ ମାଟିରୁ ଶୁଭୁଥିବ 

ଭାରତ ମାତା କି ଜୟ !


ତାଙ୍କରି ସ୍ମୃତିରେ ଇରମ୍ ମାଟି ଆଜି ରକ୍ତତୀର୍ଥ 

ସେ ରକ୍ତତୀର୍ଥେ ତର୍ପଣ କରୁଛି ଶ୍ରଦ୍ଧା ସୁମନ 

ଶ୍ରଦ୍ଧାଞଳୀ ପୁଟେ ଘେନ ମୋର ଭକ୍ତି ନୈବେଦ୍ୟ 

ହେ ଉତ୍କଳ ଦାୟାଦ ବୀର ଶହୀଦ ଜବାନ! 



Rate this content
Log in

Similar oriya poem from Abstract