STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
185

ଚାଲିଛ ଯଦି ଚାଲ,

ଯେଉଁ ପଥ ଆସୁ ମସୃଣ ବନ୍ଧୁର

ବହିଯାଉ ପଛେ ପାଦରୁ ରୁଧିର

ଏକ ଆଦର୍ଶକୁ ଧରି ଚାଲ। 


ଶ୍ରେଷ୍ଠ ଜୀବ ନାମେ ଗଣା,

ସେଥିପାଇଁ ନିଜ ଶ୍ରେଷ୍ଠତ୍ୱ ଦେଖାଅ

ମନୁଷ୍ୟତ୍ୱ ମହାମନ୍ତ୍ର ଗାଇ ଯାଅ

ହୁଅ ନାହିଁ ବାଟବଣା। 


ହୃଦେ ଗଣ୍ଠି କରିନିଅ,

ଗୋଟେ ଆଦର୍ଶକୁ ଫୁଟାଅ ଜୀବନେ

କର୍ମ ଚରିତ୍ରରେ ଦେଖାଅ ପ୍ରମାଣେ

ଉଦାହରଣଟେ ହୁଅ। 


ବାକ୍ୟ ଓ ଆଚରଣରେ,

ସତ୍ୟ ଧର୍ମ ନ୍ୟାୟ ଦୟା କ୍ଷମା ଆଦି

ଆଭୂଷଣ ନିଅ ସଦଗୁଣର ପିନ୍ଧି

ଚମକିବ ଜଗତରେ। 


ଜୀବନ ଅଢେ଼ଇ ଦିନ,

କି ହେବ ଅର୍ଜିଲେ ଈର୍ଷା ଅହଙ୍କାର

କି ହେବ ସଞ୍ଚିଲେ ଧନ ଅଳଙ୍କାର

ନିମିଷକେ ସବୁ ଶୂନ୍ୟ। 


ଓଠରେ ଫୁଟାଅ ହସ,

ପୋଛି ଦିଅ ଲୁହ ସବୁରି ଆଖିରୁ

କରୁଣାର ଧାରା ଅନାୟାସେ ଝରୁ

ପ୍ରତି ପ୍ରାଣରେ ବସୁ ବିଶ୍ୱାସ। 


ଜଣଙ୍କୁ ଆଦର୍ଶ କର,

ସେ ମହାନ ଆତ୍ମାଙ୍କ ଜୀବନ ଶୈଳୀରେ

ପ୍ରେରିତ ହୁଅ ତୁମ ନିଜ ପ୍ରଚେଷ୍ଟାରେ 

ପ୍ରାଣ ଭର ଜୀବନରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract