STORYMIRROR

Ajit Kumar Raut

Abstract Inspirational

3  

Ajit Kumar Raut

Abstract Inspirational

ଚ୍ୟାଲେଞ୍ଜ

ଚ୍ୟାଲେଞ୍ଜ

1 min
156

ମନୁଷ୍ୟ ଜୀବନ କର୍ମମୟୀ ଅଟେ

   ଭୂଷିତ ଚ୍ୟାଲେଞ୍ଜ ତହିଁ,

ନିଜ କର୍ମକ୍ଷେତ୍ରେ ନିର୍ଭିକ ହୋଉଣ

   କର୍ତ୍ତ୍ୟବରେ ମନ ଯହିଁ।


ଡ଼ର ଭୟ ମୁକ୍ତ ରଖିବା କର୍ତ୍ତବ୍ୟେ

  ଜୀବନ ଯାତ୍ରାରେ ମନ,

ନୁହଁ ବିଚଳିତ କର୍ମକ୍ଷେତ୍ରେ ନିଜ

  ରଖ କର୍ତ୍ତ୍ୟବରେ ମନ। 


ହେବ ତୋର ଶକ୍ତି ସଫଳତା ମନ୍ତ୍ର

   କରିବୁ ରାଷ୍ଟ୍ର ନିର୍ମାଣ,

ପ୍ରେମ ଶ୍ରଦ୍ଧା ଭକ୍ତି ଜନ ସେବା ପ୍ରୀତି

   ମନୁଷ୍ୟ କର୍ମେ ନିପୁଣ।


ସତ୍ୟ ତ୍ୟାଗ ଧର୍ମ ହେବ ଆବିର୍ଭାବ

  ମନ୍ତ୍ର ସମଭାବ ଯହିଁ,

ଚ୍ୟାଲେଞ୍ଜ ଟି ପରା ବିଜୟର ମନ୍ତ୍ର

  କିମ୍ପା ପଛଘୁଞ୍ଚା ତହିଁ?


ମନ୍ତ୍ର ଗୁଞ୍ଜୁ ଥିବ ଜଗା ଜଗା ହୃଦେ

  କର୍ମ କରୁ ଥିବ ଯହିଁ,

ଆସୁ ପଛେ ଯେତେ ତହିଁରେ ଚ୍ୟାଲେଞ୍ଜ 

  ହୋଇବୁ ଉତ୍ତୀର୍ଣ୍ଣ ତହିଁ।


କେଉଁ ମୂଲ୍ୟ ଅଛି ଜୀବନ ଯାତ୍ରାରେ

  ତହିଁରେ ନାହିଁ ଚ୍ୟାଲେଞ୍ଜ,

ସମସ୍ୟା ଅମ୍ବାର ଭାବିଣ କର୍ତ୍ତବ୍ୟ

  କରିବା ପୂର୍ଣ୍ଣ ଚ୍ୟାଲେଞ୍ଜ।


ସୁଖ ଦୁଃଖ ପରା ଜୀବନେ ଭୂଷଣ

  ଆସୁଥିବ କାଳ କୋଳେ

ଆଗଭରା ହୋଇ ଚ୍ୟାଲେଞ୍ଜ ସ୍ବୀକାର

  କରିବା ଟି ଆତ୍ମବଳେ।


ମାୟା ମୋହ ଛାଡି କର୍ମପଥେ ରହି

  କରିବ ଜଗା ପୂଜନ,

ପ୍ରେମ ଭକ୍ତି ଶ୍ରଦ୍ଧା ଅର୍ପଣ ଚରଣେ

  କରିବା ତା ନିତିଦିନ।


ସବୁ ଶୁଭମୟ କର୍ମପଥେ ହେବ

  ହେବଟି ଚ୍ୟାଲେଞ୍ଜ ଦୂର,

ସଫଳତା ତହିଁ ଅବଶ୍ୟ ମିଳିବ

   ସବୁ ହେବ ପ୍ରତିକାର।


ଜୀବନ ଚ୍ୟାଲେଞ୍ଜ ଡଗର କଠିନ

   ମନୁଷ୍ୟ ଜୀବନ ପରା,

କର୍ମ କରିବା ହିଁ ଜୀବନେ କର୍ତ୍ତବ୍ୟ

   ସୃଷ୍ଟି ପ୍ରଭୁଙ୍କର ପରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract