ରକ୍ତମୁଖା ଅବତାର
ରକ୍ତମୁଖା ଅବତାର
ଯୁଦ୍ଧ ହୋଇଥିଲା କେବେ ଆରମ୍ଭ
ହାରିବା - ଜିତିବାର ଇତିହାସ କେବେ ପ୍ରାରମ୍ଭ
କହିବା କାଠିକର ଲାଗେ
ମାତ୍ର ଦେଶ - ଦେଶ ଯୁଦ୍ଧରେ
ମହାଦେଶ-ମହାଦେଶ ଲଢେ଼ଇରେ
ମହାଯୁଦ୍ଧ ବିଶ୍ଵଯୁଦ୍ଧରେ
ବର୍ତ୍ତମାନର ୟୂକନ୍ -ଋଷ୍ ଯୁଦ୍ଧରେ
ଇଜରାଏଲ-ଇରାନ୍ ଯୁଦ୍ଧରେ
ମାତୃଭୂମୀ କାନ୍ଦେ ଛାତି ଫଟେଇ ଆଗେ
ରାମାୟଣ କହେ
ରାମ-ରାବଣ ଯୁଦ୍ଧରେ
ଧର୍ମ କୁଆଡ଼େ ଅଧର୍ମ ଉପରେ ଜିତିଥିଲା
ମହାଭାରତ କହେ
କୌରବ-ପାଣ୍ଡବ ଯୁଦ୍ଧରେ
କୁରୁକ୍ଷେତ୍ର ସମରେ
ଅସତ୍ୟ କୁଆଡେ ସତ୍ୟ ଆଗରେ ଆଣ୍ଠେଇଥିଲା
p>ଜମିବାଡି ପାଇଁ ଭାଇ ଭାଇ ଯୁଦ୍ଧ
ନିତି ଦିଶିଯାଏ ଖବର କାଗଜରେ
ଜାତି ଜାତି ମଧ୍ୟରେ ଯୁଦ୍ଧ ଲାଗିଯାଏ
ଛୋଟ ମୋଟ କଳି ତକରାଳରେ
ସାମ୍ପ୍ରଦାୟିକ ହିଂସାର ନିଆଁ
ଜଙ୍ଗଲ ନିଆଁ ପରି ଲେଲିହାନ ଜଳୁଥାଏ
ବିଚରା ମାଆ କାନ୍ଦୁଥାଏ ଗୁମୁରି ଗୁମୁରି
ବିଚରା ମାତୃଭୂମୀ କାନ୍ଦୁଥାଏ ସୁମରି ସୁମରି
କାହାକୁ ଦିଶେ ନା
ଏ କରୁଣ ଲୁହଧାର
କାହାକୁ ଦିଶେନା
ଏ ତତଲା ରୁଧିର
ଯୁଦ୍ଧରେ କିଏ ଜିତେ ବା କିଏ ହାରେ
ବୋଧେ ସାମୟିକ ଉପସିଂହାର
ଦେଶ ଜାତିର ଧ୍ଵସଂସ୍ତୁପ ଦେଖିଲେ ଲାଗେ
ଯୁଦ୍ଧ ହିଁ ମୁର୍ଖ ମଣିଷର ରକ୍ତମୁଖା ଅବତାର