କାହାକୁ ପାରୁନି କହି
କାହାକୁ ପାରୁନି କହି
ଭୁଲି ପାରୁ ନାହିଁ ମୁଁ ତୁମକୁ
ଏତେ ଦୁଃଖ ଗଲ ଦେଇ
ଯେତେ ଚାହିଁଲେ ବି ମନକଥା ସବୁ
କାହାକୁ ପାରୁନି କହି ।
ଦୁଃଖ ଦେଇ ଯଦି ଆନନ୍ଦ ପାଉଛ
ବରଣ ନେଉଛି କରି ,
ତୁମ କଥା ରଖି ବାଟ ଚାଲେ ଆଜି
ବାଟେ ପଛେ ଯାଏ ମାରି ।
କେତ ଅଭିନୟ କରିଥିଲ ତୁମେ ଜୀବନ
ରେ ଆସି ମୋର,
ପଛ କରି ମତେ ଚାଲିଗଲ ତୁମେ
କରି ଦେଇ ସାତ ପର ।
ଯେଉଁ ନିଆଁ ତୁମେ ଲଗାଇ ଦେଇଛ
ଜଳୁଛି ସେଥିରେ ମୁହିଁ,
ନୂଆ ସଂସାରକୁ ବାଛି ନେଇ ତୁମେ
ଗୋଡ଼ରେ ଆଡେଇ ଦେଇ ।
ଦିନ ନ ଦେଖିଲେ ମୁଣ୍ଡ ବିନ୍ଧା ହୁଏ
ପ୍ରେମ ରେ ପାଗଳ ହୁଅ,
ଛାଡ଼ି ଦେଇ ଆଜି ଚାଲି ଗଲାପରେ
ବଞ୍ଚିଛି କେମିତି କୁହ ।
ତୁମେ ସିନା ପ୍ରିୟା ଭୂଲି ଗଲ ମତେ
ପାରୁନାହିଁ ଭୁଲି ମୁହିଁ,
ତୁମେ ଚାଲି ଗଲ ଆଉ କା ସେଥିରେ
ଆଜି ବି ପାରୁନି ଯାଇ।