STORYMIRROR

Chinmaya Kumar Nayak

Tragedy

3  

Chinmaya Kumar Nayak

Tragedy

ଅପେକ୍ଷା

ଅପେକ୍ଷା

1 min
363

କିଛି ଅନୁରକ୍ତି ଓ ବିରକ୍ତି

କିଛି ଭାଙ୍ଗି ଯାଉଥିବା ଆସକ୍ତି

ଅବସନ୍ନ ହେଉଥିବା ମନ ଓ ଶରୀର

ଉଛୁଳି ପଡୁଥିବା ଅଭିମାନର ବିଭକ୍ତି

ଅପେକ୍ଷାର ଜ୍ଵଳନରେ ଯେବେ

ଅଶାନ୍ତ ହୋଇଉଠେ ଚିତ୍ତ ଓ ଚେତନା

ବିଳମ୍ବିତ ମୁହୂର୍ତ୍ତ ସବୁ ଛନ୍ଦିଦିଏ ଅଡ଼ୁଆ ହୃଦଗ୍ରନ୍ଥି। 


ନକରାତ୍ମକ କଳ୍ପନାର ଉଛୁଳା ତରଙ୍ଗ

ବନ୍ଧବାଡ଼ ଭାଙ୍ଗି ମାଡି ଚାଲିଥିବା

ଅନେକ ଅକୁହା କଥାର ବିକୃତ ପ୍ରସଙ୍ଗ

ମନ୍ଥିତ ହୃଦୟର ଅଥଳ ସାଗରୁ

ଭିଜେଇବାକୁ ହୃଦୟର ତପ୍ତ ବେଳାଭୂମି

ଭାସିଆସେ ବିଷ ଓ ଅମୃତର ଫେଣ୍ଟାଫେଣ୍ଟି ରଙ୍ଗ।


କିନ୍ତୁ ଭାବମୟ ହୁଏ ଦୃଶ୍ୟ

ଅପେକ୍ଷାର ସମାପ୍ତି ଉତ୍ତାରେ

ବିସ୍ମୃତ ହୁଏ ଯେତେ ସବୁ ଛିନ୍ନ ଅନୁଭୂତି

ଖୋଲି ଯାଏ ଖିଅ ସବୁ ଲବଣି ପରାଏ

କ୍ଳାନ୍ତ ମୁହୂର୍ତ୍ତ ସବୁ ଉତଫୁଲିତ ହୋଇ

ସମ୍ପର୍କର ଅଗଣାରେ ନୃତ୍ୟରତା ମୁଗ୍ଧାସମ

ଆଉ ଏକ ଆରମ୍ଭର ମଙ୍ଗଳାଚରଣେ

ସ୍ଥିର ହୁଏ ସ୍ଥିତ ହୁଏ ସ୍ନିଗ୍ଧ ହୁଏ

ପୂର୍ଣ୍ଣତାର ପୂର୍ଣ୍ଣ ଅନୁଭୂତି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy