STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଡେଣାକଟା ପ୍ରଜାପତି

ଡେଣାକଟା ପ୍ରଜାପତି

1 min
258

ଏରୁଣ୍ଡି ବନ୍ଦ ଡେଇଁ

ସବୁ ଚିହ୍ନା ମୁହଁକୁ

ପଛରେ ପକାଇ

ଆଜୀବନ ବନ୍ଦୀ

ବିବାହିତ ପଞ୍ଜୁରୀରେ

ସ୍ୱାଧୀନତାକୁ ବାଏ ବାଏ କରି।


ଏନିକି ସାଲିସ୍ ଓ ପାଲିସ

ତା ପାଇଁ ଅନିର୍ବାଯ୍ୟ

ବାଧ୍ୟ ସେ ଗ୍ରହଣ କରିବାକୁ

ତା ହାତ ପାପୁଲିରେ

ଢାଲି ଦେଇଥିବା ଭାଗ୍ୟ ଓ ଭବିଷ୍ୟ।


ପ୍ରତିବାଦ କରି ପାରିବନି

ପ୍ରଥା ପରମ୍ପରା

ଦୃଢ଼ ସମାଜିକତା

ଉଜାଡ଼ି ଦେଲା

ତା ସ୍ୱପ୍ନର

ପାଚିଲା କ୍ଷେତ।


ସେ କେବଳ

ନିଃଶବ୍ଦେ କାନ୍ଦୁଥିବା

ଦୁଃଖକୁ ଆଞ୍ଜୁଳା ଆଞ୍ଜୁଳା ପିଇବ

ଝୁରିବ ହଜେଇଥିବା

ଉଜୁଡା ଅଭିଳାଷାର ବଗିଚା

ତା କୁଆଁରୀ ଜୀବନର

ଚଗଲି ପବନକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy