STORYMIRROR

Trushna Das

Abstract Tragedy Others

3  

Trushna Das

Abstract Tragedy Others

ମୁଁ ମରୀଚିକା ନ ଥିଲି

ମୁଁ ମରୀଚିକା ନ ଥିଲି

1 min
379


ମୁଁ ମରୀଚିକା ନ ଥିଲି 

ମୁଁ ଯେ ଥିଲି କଳ କଳ ସୁଶୀତଳ ବାରି

ମିଠା ମିଠା ମଧୁ ଝରଣାର ଜଳ

ହେଲେ ତୁମେ ଥିଲ ଶୁଷ୍କ ହୃଦୟ

ନିଜର ତୃଷ୍ଣା ମେଣ୍ଟାଇବା ପାଇଁ

ମୋର ସୁଶୀତଳ ଜଳ ପାନ କରି

ମୋତେ ମରୀଚିକା ଭାବି

ଛାଡି ଚାଲି ଗଲ

ଏତେ ଯେ ଦୂର

ତୁମ ତୃଷ୍ଣା ମେଣ୍ଟାଇବାକୁ ଯାଇ

ମୁଁ ଯେ ହୋଇ ଗଲି କଳଙ୍କିତ ।


ନା ଏବେ ମୁଁ ସୁଶୀତଳ ବାରି

ନା ଏବେ ମୁଁ ଝରଣାର ଝରି

ହୋଇ ଯାଇଛି ମୁଁ ମରୀଚିକା ସରି

ସବୁ ଗଲେ ମୋ ଠାରୁ ଦୂରେଇ

ତୁମର ତୃଷ୍ଣା ମେଣ୍ଟାଇବା ପାଇଁ

ମୁଁ ହୋଇଲି ନାଳର ପାଣି ସରି ।


ଶ୍ରାବଣର ଚହଲା ପାଣି

ଶରତରେ ନିର୍ମଳ ହୁଅଇ

ହେଲେ ତୁମ ସ୍ପର୍ଶରେ

ଯେଉଁ କଳଙ୍କର ଦାଗ ଲାଗିଛି ମୋର ତନୁରେ

କେମିତି ହୋଇବ ନିର୍ମଳ ଆଗ ଭଳି ଯେ

କହି ପାରିବ କି ତୁମେ।


ପଥିକ ହୋଇ ଯାଉଥିଲ ତୁମେ

ଝରଣାର ସୁଶୀତଳ ବାରି ଭାବି

ମୋ ପାଖେ ଆସି ତୃଷ୍ଣା ମେଣ୍ଟାଇଲ ତୁମେ

ମରୀଚିକା ପରି ମୋତେ ଦେଇ ଛାଡି

ଚାଲି ଗଲ ଦୂର ଏତେ

ଆଉ ମୁଁ ଆଜି ହୋଇ ଗଲି

ନାଳ ର ମଇଳା ପାଣି।


ମୋର କଣ ଥିଲା ଭୂଲ

ଥରୁଟିଏ କୁହ ମୋତେ

ନିଜର ତୃଷ୍ଣା ମେଣ୍ଟାଇବା ପାଇଁ

କିଆଁ ମୋ ସହ ଖେଳିଲ ତୁମେ

ମୁଁ ଅଛି, ତୁମର ସ୍ମୃତି ଅଛି

ହେଲେ ତୁମେ ନାହଁ କି ମୋର ସେଇ ଅସ୍ତିତ୍ୱ ନାହିଁ ଆଉ ଯେ

ଅଛି ତ କବଳ ତୁମ ପ୍ରତାରଣର ଛବି

ସାଇତି ହୋଇ ରହିଛି ଚିରସ୍ମରଣୀୟ ହୋଇ ମୋ ହୃଦୟ ମଧ୍ୟେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract