STORYMIRROR

Sumitra Nayak

Tragedy Classics Inspirational

3  

Sumitra Nayak

Tragedy Classics Inspirational

ବନ୍ଦ କୋଠାରୀ

ବନ୍ଦ କୋଠାରୀ

1 min
303

ଆଜି ପୁଣି ଏକା ମୁଁ

ବସି ବହୁତ୍ ଭାବେ ମୁଁ

        ଏକା ବଞ୍ଚିବାର ମଜା

         କିଛି ଅଲଗା ଥାଏ

                    ନିଜକୁ ଚିହ୍ନିବାର ବୁଝିବାର

                     ଗୋଟେ ମଉକା ଥାଏ ।


ଭିଡ଼ ମଝିରେ ରହି

ମୁଁ ବହୁତ ଦେଖିଲି

        ସମସ୍ତ ଙ୍କ ଉପରେ ନଜର ରଖିଲି

        ନିଜକୁ ମୁଁ ଖୋଜି ନ ପାଇଲି

                   ଖୁସି ମୁଁ ଆଜି ବହୁତ୍ ଖୁସି

                   ବହୁତ୍ ଦିନ ପରେ ନିଜକୁ ଦେଖି ।


ତାର କିଛି କାହାଣୀ ମୁଁ ଶୁଣିଲି

ଆଉ କିଛି ମୋ କାହାଣୀ କହିଲି

       ତାର କାହାଣୀ ଅନେକ ଥିଲା

       ମୋର କାହାଣୀ କିଛି ନିଆରା ଥିଲା

                   କହିବାକୁ ବହୁତ ଆଳାପ ଥିଲା

                  ପରନ୍ତୁ ସନ୍ଧ୍ୟା ଆସିଯାଇଥିଲା ।


ଜୀବନ୍ ତ ଅତିବାହିତ ହୋଇଗଲା

ଅନ୍ଧକାର ବନ୍ଦ କୋଠାରୀ ମଧ୍ୟରେ

      ଏକଲା ବଞ୍ଚିବାର ଅଭ୍ୟସ୍ତ ଜୀବନ

       ଗହଳି ରେ ଅଣନିଃଶ୍ବାସୀ ହୋଇଯାଏ

                 କେବେ ଆସିବ ସେ ମୃତ୍ୟୁ ତାଣ୍ଡବ

                ବଞ୍ଚିବାର ଇଚ୍ଛା ଅନିଚ୍ଛା ରେ ସ୍ତବ୍ଧ ।


ସବୁ ଆଶା ସ୍ଵପ୍ନ କୁ ଜାଳି ଦେଇ

ବାସ୍ ବଞ୍ଚିବା ଟା ବାଧ୍ୟ ମନେ ହୁଏ

       ବନ୍ଦ କୋଠାରୀର ଠକ୍ ଠକ୍ ଆବାଜ

        ତାରି ଭିତରେ ହିଁ ସୀମିତ ଜୀବନ୍

                  ଯାହା ନିଜସ୍ଵ ଆତ୍ମ ସ୍ୱାଭିମାନ

                  ଅଳ୍ପ କେ ଛଟ୍ ପଟ୍ କରେ ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy