Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Tragedy

3  

Manorama Mohanty

Tragedy

ଅତୀତର ପୃଷ୍ଠା

ଅତୀତର ପୃଷ୍ଠା

1 min
272



ଅତୀତର ପୃଷ୍ଠା ଉନ୍ମୋଚନ କଲେ 

ମନେ ପଡ଼ିଯାଏ କିଛି କାହାଣୀ ରାଜି 

ଆଖି ଆଗେ ଦୃଶ୍ୟମାନ ହୁଏ କେତେ 

କରୁଣଚିତ୍ରର ନମୁନା ଆଜି |


ଇତିହାସ ଯା'ର କାହାଣୀ ବଖାଣେ 

ତା ସ୍ମୃତି ଯାଇଛି କେବେଠୁ ହଜି 

ଯାହା ପାଇଁ ଥିଲା ଦେଶ ସ୍ୱାଭିମାନ 

ଯେ ଲଗାଇଥିଲେ ଜୀବନ ବାଜି |


ଜାତିର ଜାତକ ହଜି ତ ଯାଇଛି 

ଖାଲି ପ୍ରପୀଡ଼ନ ରାକ୍ଷସ ସାଜି 

କିଏ ସେ କାନ୍ଦୁଛି କାହାକୁ ହରାଇ 

ଏଠି ସମୟଟା ମାରିଛି ବାଜି |


ମାଆଟିଏ ସିଏ ନୟାନ୍ତ ହେଲାଣି 

ଯୋଗ୍ୟ ପୁଅଟିଏ ଖୋଜି ଖୋଜି 

ଅଦୃଶ୍ୟରେ ଖାଲି ବିଳପି କାନ୍ଦୁଛି 

ବିବର୍ଣ୍ଣ, ବିଷର୍ଣ୍ଣ ତା ରୂପରାଜି |



Rate this content
Log in

Similar oriya poem from Tragedy